ହାଇଦ୍ରାବାଦ: ଧରାପୃଷ୍ଠରେ ଦଶଭୁଜା । ମହୀଷାମର୍ଦ୍ଦିନୀ ମା’ ଦୁର୍ଗତୀନାଶିନୀଙ୍କ ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ନବରାତ୍ରୀର ପ୍ରଥମ ଦିନ(ରବିବାର) ଶୈଳପୁତ୍ରୀ ରୂପେ ମା’ ପୂଜା ପାଇଥିବାବେଳେ ଆଜି(ସୋମବାର) ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପେ ମା’ଙ୍କୁ ଆରାଧନା କରାଯିବ ।
ନବରାତ୍ରୀ: ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ପୂଜା - navratri 2019
ମହୀଷା ମର୍ଦ୍ଦିନୀ ମା’ ଦୁର୍ଗତୀନାଶିନୀଙ୍କ ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ନବରାତ୍ରୀର ପ୍ରଥମ ଦିନ(ରବିବାର) ଶୈଳପୁତ୍ରୀ ରୂପେ ମା’ ପୂଜା ପାଇଥିବାବେଳେ ଆଜି(ସୋମବାର) ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପେ ମା’ଙ୍କୁ ଆରାଧନା କରାଯିବ ।
ଡିଜାଇନ ଫଟୋ
ନବରାତ୍ରୀରେ ମା’ ନଅଟି ବେଶରେ ପୂଜା ପାଆନ୍ତି । ତେବେ ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ହୋଇଛି ।
ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ମା’ଙ୍କର ଆଜି ବ୍ରହ୍ମଚାରିଣୀ ପୂଜା ବୋଲି ଦର୍ଶାଇଛନ୍ତି । ଏଥି ସହ କଠିନ ତପସ୍ୟା କରିଥିବା ମା’ ଆମକୁ ଆମ ସଙ୍କଳ୍ପ ପୂରଣ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଲେଖିଛନ୍ତି ।