ଥିରୁଅନନ୍ତପୁରମ୍: ଦେଶର ବିଭିନ୍ନ ସ୍ଥାନରେ ଲାଗିରହିଛି ବନ୍ୟାର ପ୍ରକୋପ। ଆସାମ ବନ୍ୟା ପାଣିରେ ଉବୁଟୁବୁ ହେଉଥିବା ବେଳେ ନେପାଳରେ ଜଳବନ୍ଦୀ ଲୋକେ। ଏହି ସମୟରେ କେରଳ ଗ୍ରାମାଞ୍ଚଳରେ ଲହଢୀ ଭାଙ୍ଗୁଛି ସମୁଦ୍ର ପାଣି। ସୋମବାର ଆବାସିକ ଅଞ୍ଚଳରେ ସମୁଦ୍ର ଜଳ ପ୍ରବେଶ କରୁଥିବାବେଳେ ଦ୍ୱିତୀୟ ଦିନରେ ମଧ୍ୟ କୋଚିର ଉପକୂଳବର୍ତ୍ତୀ ଗ୍ରାମ ଚେଲାନାମରେ ଏହି ଜଳ ପ୍ରବେଶ ପ୍ରକ୍ରିୟା ଜାରି ରହିଛି।
ପୂର୍ବରୁ କୋରୋନାଭାଇରସ୍ ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇ ଆସୁଥିବା ଏହି ଗ୍ରାମଟି ଏକ କଣ୍ଟେନମେଣ୍ଟ ଜୋନରେ ରହିଛି ଏବଂ 200ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସମୁଦ୍ର ଜଳ ଦ୍ୱାରା ଏହି ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ବୋଝ ଉପରେ ନଳିତା ବିଡା ସଦୃଶ ଉଭା ହୋଇଛି।