ଓଡିଶା

odisha

ETV Bharat / bharat

ସିନ୍ଧିଆକୁ ଭୁଲିଗଲା କି ବିଜେପି ! - ଶିବରାଜ ସିଂ ଚୌହାନ

ମଧ୍ୟପ୍ରଦେଶରେ 28 ଆସନରେ ହେବାକୁ ଯାଉଛି ଉପ ନିର୍ବାଚନ। ରାଜ୍ୟରେ ବଢୁଛି ରାଜନୈତିକ ଉଷ୍ମତା । ସେପଟେ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କୁ ଦଳରେ ଉଚିତ ଗୁରୁତ୍ବ ମିଳୁନଥିବା ଚର୍ଚ୍ଚା । ପଢନ୍ତୁ ଅଧିକ...

ଜ୍ୟୋତି ରାଦିତ୍ୟ ସିନ୍ଧିଆ
ଜ୍ୟୋତି ରାଦିତ୍ୟ ସିନ୍ଧିଆ

By

Published : Oct 8, 2020, 1:45 PM IST

ଭୋପାଳ: ମଧ୍ୟପ୍ରଦେଶରେ 28 ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାଜନୈତିକ ଉଷ୍ମତା ଜୋର ଧରିବାରେ ଲାଗିଛି । ଏହାରି ମଧ୍ୟରେ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତି ରାଦିତ୍ୟ ସିନ୍ଧିଆ ଏବେ ବିଜେପିରେ କୋଣଠେସା ହେବା ପରି ଦୃଷ୍ଟିଗୋଚର ହେଉଛି । ରାଜ୍ୟ ବିଜେପିର ପୁରୁଖା ନେତାମାନେ ତାଙ୍କୁ ସହଜରେ ଗ୍ରହଣ କରିପାରୁନଥିବା ହେତୁ ଦଳରେ ତାଙ୍କୁ ଉଚିତ ଗୁରୁତ୍ବ ମିଳୁନଥିବା ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ନିର୍ବାଚନୀ ସଭା ମଞ୍ଚରେ କେବଳ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ନରେନ୍ଦ୍ର ସିଂ ତୋମାରଙ୍କୁ ଛାଡି ଦେଲେ ରାଜ୍ୟର ଅନ୍ୟ ନେତା ମାନଙ୍କ ସହ ସିନ୍ଧିଆଙ୍କୁ ଦେଖିବାକୁ ମିଳୁନି । ତେବେ ରାଜ୍ୟ ବିଜେପିର ପୁରୁଖା ନେତାଙ୍କ ଅସହଯୋଗ କାରଣରୁ କଂଗ୍ରେସ ଛାଡି ବିଜେପି ଶିବିରକୁ ଲମ୍ଫ ଦେଇଥିବା ସିନ୍ଧିଆଙ୍କ ପାଇଁ ଏବେ ନିଜ ସ୍ଥିତି ବଞ୍ଚାଇବା ଓ ଦଳରେ ନିଜର ପ୍ରଭାବ ବଢାଇବା ଏବେ ସବୁଠୁ ବଡ ଆହ୍ବାନ ବୋଲି ରାଜନୈତିକ ବିଷେଷଜ୍ଞ ମାନେ ମତ ଦେଇଛନ୍ତି। ମଧ୍ୟ ପ୍ରଦେଶରେ 28 ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପାଇଁ ତାରିଖ ମଧ୍ୟ ଘୋଷଣା ସରିଛି। ଆସନ୍ତା ନଭେମ୍ବର 3 ତାରିଖରେ ମତ ଗ୍ରହଣ ହେବାକୁ ଥିବା ବେଳେ 10 ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ତାରିଖ ଯେତିକି ପାଖଉଛି ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି ।

ଉପନିର୍ବାଚନ ହେବାକୁ ଥିବା 28 ଆସନରୁ 16 ଆସନ ଗ୍ବାଲିୟର-ଚମ୍ବାଲ କ୍ଷେତ୍ର ଅଧିନରେ ଆସୁଛି। ଯେଉଁଠି ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କ ପାଇଁ ନିଜ ବିଶ୍ବଶନୀୟତା ପ୍ରମାଣିତ କରିବା ସବୁଠୁ ବଡ ଆହ୍ବାନ ହେବ ବୋଲି ବିଚାର କରାଯାଉଛି। ଏହି ଜୋନ ଅଧିନରେ 7 ଟି ବିଧାନସଭା ଆସନରୁ 3ଟିରେ ସିନ୍ଧିଆ ଶିବିରର ଅନୁଗତ ମାନେ ପାର୍ଥୀ ହୋଇଥିବା ଦେଖିବାକୁ ମିଳିଛି। ଯହା ସେମାନଙ୍କ ପାଇଁ ବିଜୟୀ ହେବା ଏତେ ସହଜ ହେବ ନାହିଁ ବୋଲି ରାଜନୌତିକ ସମିକ୍ଷକ ମାନେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details