ଓଡିଶା

odisha

ETV Bharat / bharat

ପ୍ରାଇଭେଟ ବୁକସ ନେବା ପାଇଁ ବାଧ୍ୟ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଯଦି କୌଣସି ସ୍କୁଲରେ ପିଲାଙ୍କୁ NCERT ଓ SCERTର ବହି ନେବାକୁ ବାଧ୍ୟ କରାଯାଉଛି ସେମାନଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । RTE ଆକ୍ଟ ଉଲ୍ଲଂଘନ କରିବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

By

Published : May 13, 2019, 5:13 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପ୍ରାଇଭେଟ ପବ୍ଲିସର୍ସର ବହିଖାତା ନେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବନାହିଁ । ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯେଉଁଠି ସ୍କୁଲ ପ୍ରବନ୍ଧକମାନେ ପିଲାଙ୍କୁ ପ୍ରାଇଭେଟ ପବ୍ଲିସର୍ସର ଦାମୀ ବହି ନେବା ପାଇଁ ବାଧ୍ୟ କରୁଛନ୍ତି । ଏହା RTE ଆକ୍ଟର ଉଲ୍ଲଂଘନ ହେଉଥିବାରୁ ସେହିସବୁ ସ୍କୁଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି କୌଣସି ସ୍କୁଲରେ ପିଲାଙ୍କୁ NCERT ଓ SCERTର ବହି ନେବାକୁ ବାଧ୍ୟ କରାଯାଉଛି କିମ୍ବା ପ୍ରାଇଭେଟ ପବ୍ଲିସର୍ସର ବହି ନେବାକୁ ଯଦି ବାଧ୍ୟ କରାଯାଏ ତେବେ ରାଜ୍ୟର ଶିକ୍ଷା ବିଭାଗ ସେହି ସ୍କୁଲ ବିରୋଧରେ RTE ଆକ୍ଟ ଉଲ୍ଲଂଘନ କରିବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ।

ଦେଶରେ ଶିଶୁ ବିକାଶର ସଂରକ୍ଷଣ ସଂସ୍ଥା ନ୍ୟାଶନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ(NCPCR) ପକ୍ଷରୁ ସବୁ ରାଜ୍ୟର ଶିକ୍ଷା ସଚିବଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details