ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀରରେ ଖୋଲିଲା ସ୍କୁଲ, ନାହାଁନ୍ତି ପିଲା - ଖୋଲିଲା ସ୍କୁଲ ନାହିଁନ୍ତି ପିଲା

ଦୀର୍ଘ 15 ଦିନ ପରେ ସୋମବାର ଶ୍ରୀନଗରର ସମସ୍ତ ସ୍କୁଲ ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା 200ଟି ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଖାତା ଶୂନ ରହିଛି । ସ୍କୁଲ ଆସିନାହାନ୍ତି ଛାତ୍ରଛାତ୍ରୀ ।

ଫଟୋ ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 19, 2019, 3:57 PM IST

ଶ୍ରୀନଗର: ବଦଳି ଯାଇଛି ଜମ୍ମୁ କାଶ୍ମୀରର ସ୍ଥିତି। ଧାରା 370 ଉଚ୍ଛେଦ ଓ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାର 15 ଦିନ ପରେ ଆଜି ସମସ୍ତ ବିଦ୍ୟାଳୟକୁ ଖୋଲାଯାଇଛି। ତେବେ ସୋମବାର ଶ୍ରୀନଗରର ପାଖାପାଖି 200ଟି ବିଦ୍ୟାଳୟକୁ ଖୋଲିବାପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଖୁସିର ମାହୋଲ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କିନ୍ତୁ ବିଡମ୍ବନାର ବିଷୟ ଯେ ଶିକ୍ଷକମାନେ ବିଦ୍ୟାଳୟରେ ଉପସ୍ଥିତ ଥିବା ବେଳେ ଆଶାଧିକ ପିଲାଙ୍କ ଦେଖାଦର୍ଶନ ନାହିଁ। ସାଧାରଣତଃ ଧାରା 144 ଲାଗୁ ଓ ସୁରକ୍ଷା ବଳୟ ମୁତୟନ ପରେ କୌଣସି ପରିସ୍ଥିତିରେ ଅଘଟଣକୁ ଲକ୍ଷ୍ୟକରି ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ପଠାଇ ନାହାଁନ୍ତି ।

" ଆମେ ପିଲାମାନଙ୍କୁ ବର୍ତ୍ତମାନର ଏହି ଘଡିସନ୍ଧି ମୂହୁର୍ତ୍ତରେ ସ୍କୁଲ ପଠାଇ ପାରିବୁ ନାହିଁ । ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ରୂପେ ଆୟତକୁ ଆସିନଥିବାରୁ ଏଭଳି ଅସୁବିଧାକୁ ଉଠାଇବା ସମ୍ଭବ ନୁହେଁ "ବୋଲି ଜଣେ ଛାତ୍ରଙ୍କ ଅଭିଭାବକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

କେବଳ କେନ୍ଦ୍ରୀୟ ବିଦ୍ୟାଳୟ ଓ ପୋଲିସ ପବ୍ଲିକ ସ୍କୁଲମାନଙ୍କରେ କିଛି ମାତ୍ରାରେ ପିଲାଙ୍କ ଉପସ୍ଥାପନା ଦେଖିବାକୁ ମିଳିଥିଲା। ତେଣୁ ଆଗାମୀ ଦିନରେ ଲୋକମାନଙ୍କୁ ସମ୍ଭାବ୍ୟ ପରିସ୍ଥିତି ବିଷୟରେ ବୁଝାଇ ଦିଆଯିବ ବୋଲି ସରକାର କହିଛନ୍ତି।

ଖବର ଅନୁଯାୟୀ, ଆସନ୍ତାକାଲି ଶ୍ରୀନଗରର ଅନ୍ୟ ସ୍ଥାନମାନଙ୍କରେ ସ୍କୁଲ ଖୋଲାଯିବ । ତେଣୁ ଆଶା କରାଯାଉଛି ସମ୍ପୂର୍ଣ୍ଣ ଭାବେ ପିଲାଙ୍କ ଉପସ୍ଥାପନା ରହିବ। କାରଣ ଗତ 13 ଦିନ ଧରି ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବହୁମାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଛି । ତେଣୁ ଆଗାମୀ ଦିନରେ ଅଧିକ ସମୟ କ୍ଲାସ କରି କୋର୍ସ କଭର କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ନବଗଠିତ କାଶ୍ମୀରର ଭବିଷ୍ୟତ ଶିକ୍ଷିତ ହେବା ଦରକାର। ପୂର୍ବରୁ ଆମେ ମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛି ତାହା ଆମ ଭବିଷ୍ୟତ ପିଢି ନହୁଅନ୍ତୁ ବୋଲି ଶ୍ରୀନଗର ବାସିନ୍ଦା ମୁଜ୍ଜାଫର ଅହମ୍ମଦ କହିଛନ୍ତି।

ABOUT THE AUTHOR

...view details