ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନଙ୍କ ଆଲୋଚନା ବିଫଳ ହୋଇଛି । ସେପଟେ ଚାଷୀ ସଙ୍ଗଠନ ଦିଲ୍ଲୀର ବିଭିନ୍ନ ସୀମାରେ 40 ଦିନ ଉପରେ ଧାରଣାରେ ବସିଛନ୍ତି । ଏହା ମଧ୍ୟରେ ଆଜି ସୁପ୍ରିମକୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଯାଚିକା ଓ ଦିଲ୍ଲୀ ସୀମାରେ ଧାରଣରତ ଚାଷୀଙ୍କ ଉପରେ ଶୁଣାଣି କରିବେ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ଖଣ୍ଡପୀଠରେ ଶୁଣାଣି ହେବାକୁ ଥିବା ଏହି ମାମଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଆସନ୍ତା 15 ତାରିଖରେ ପୁଣି ଥରେ କେନ୍ଦ୍ର-କିଶାନଙ୍କ ମଧ୍ୟରେ ବୈଠକ ନିର୍ଦ୍ଧାରିତ ହୋଇଛି ।
କେନ୍ଦ୍ର ସରକାର ଗତ ଥର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ ଯେ ଏହା ଏବଂ ଚାଷୀ ସଙ୍ଗଠନ ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗରେ ଏକ ସୁସ୍ଥ ଆଲୋଚନା ଚାଲିଛି ଏବଂ ନିକଟ ଭବିଷ୍ୟତରେ ଉଭୟ ପକ୍ଷଏହାର ସମାଧାନ କରିବେ। ଏହା ପରେ କୋର୍ଟ ସରକାରଙ୍କୁ ଆଶ୍ବସନା ଦେଇ କହିଥିଲେ, ଯଦି ବୁଝାମଣା ମାଧ୍ୟମରେ ଏହି ସମସ୍ୟା ସମାଧାନ ହୋଇପାରୁଛି ତେବେ ଜାନୁଆରୀ 11(ଆଜି) ଏହାର ପୁନଃ ଶୁଣାଣି କରାଯିବ ନାହିଁ ।