ଓଡିଶା

odisha

ETV Bharat / bharat

INS ବିରାଟକୁ ଭାଙ୍ଗିବାରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ସେବା ନିବୃତ ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ ଆଇଏନଏସ ବିରାଟକୁ ଭାଙ୍ଗିବା ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

By

Published : Feb 10, 2021, 3:32 PM IST

INS ବିରାଟକୁ ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
INS ବିରାଟକୁ ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୌସେନାରୁ ସେବା ନିବୃତ ହୋଇସାରିଥିବା ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ ଆଇଏନଏସ ବିରାଟକୁ ଭାଙ୍ଗିବା ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ । ଏନଭିଟେକ ମରୀନ କନ୍ସଲେଣ୍ଟ୍‌ସ ଲିମିଟେଡ ନାଁରେ ଏକ କମ୍ପାନୀ 100 କୋଟି ଟଙ୍କାର ଭରଣା କରି ଏହାକୁ ସଂଗ୍ରାହାଳୟ ଭାବରେ ସଂରକ୍ଷିତ ରଖିବାକୁ ଦାବି କରିଥିଲା । ଆଇଏନଏସ ବିରାଟକୁ କିଣିଥିଲା ଭାବନଗରର ଶ୍ରୀରାମ ଗ୍ରୁପ । ତେବେ ଏହାକୁ ବର୍ତ୍ତମାନ ଭଙ୍ଗା ଯାଉଛି । 2007ରେ ଭାରତୀୟ ନୌସେନାର ଏହି ବିମାନ ବାହକ ଯୁଦ୍ଧ ଜାହାଜ ଆଇଏନଏସ ବିରାଟକୁ ସେବା ନିବୃତ କରାଯାଇଥିଲା ।

ପାଖାପାଖି 15 ବର୍ଷ ପର୍ଯ୍ୟନ୍ତ ଏକାକି ଭାରତର ଦୁଇ ସମୁଦ୍ର ଉପକୂଳ ସହିତ ଆରବ ସାଗରରୁ ନେଇ ପଶ୍ଚିମବଙ୍ଗର ଖାଡି ପର୍ଯ୍ଯନ୍ତ ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖୁଥିଲା ବିରାଟ । ନୌସେନାର ଆଉ ଏକ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ ପାଖାପାଖି 18 ବର୍ଷ ପୂର୍ବରୁ ସେବାନିବୃତ୍ତ ହୋଇସାରିଛି ।

ବିରାଟକୁ 1987ରେ ବ୍ରିଟିଶ ରୟାଲ ନେଭିରୁ କିଣିଥିଲା ଭାରତ । ସେହି ସମୟରେ ବିରାଟର ନାଁ ଏଚଏମଏସ ହର୍ମେସ ଥିଲା । ଏହି ଯୁଦ୍ଧ ଜାହାଜ ଆର୍ଜେଣ୍ଟିନା ବିରୋଧରେ ଫୋକଲ୍ୟଣ୍ଡ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା । ସବୁଠୁ ଅଧିକ ଦିନ ସେବା ପ୍ରଦାନ ନେଇ ବିରାଟର ନାଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସାମିଲ ରହିଛି ।

ଆଇଏନଏସ ବିରାଟର ଓଜନ 24,000 ଟନ ହୋଇଥିବା ବେଳେ ଲମ୍ବ ପ୍ରାୟ 740 ଫୁଟ ଏବଂ ଓସାର ପ୍ରାୟ 160 ଫୁଟ ଥିଲା । ଏଥିରେ ଦେଢ ହଜାର ନୌସେନା କର୍ମଚାରୀ ମୁତୟନ ହୋଇଥିଲେ। ବିରାଟରେ ତିନି ମାସର ରାସନ ରଖାଯାଇପାରୁଥିଲା, କାରଣ ଥରେ ବିରାଟ ସମୁଦ୍ର ମଧ୍ୟକୁ ଗଲେ, 90 ଦିନ ପର୍ଯ୍ୟନ୍ତ ବନ୍ଦରକୁ ଫେରେ ନାହିଁ । ଯଦିଓ ବିରାଟକୁ କାର୍ଗିଲ ଯୁଦ୍ଧରେ କିମ୍ବା ଶ୍ରୀଲଙ୍କାର ଶାନ୍ତି ରକ୍ଷା ମିଶନରେ ବ୍ୟବହାର କରାଯାଇ ନଥିଲା, ତଥାପି ଏହା ନିଜ ନିଜ ସେବାକୁ ସର୍ବୋତ୍କୃଷ୍ଠ ଭାବେ ସମ୍ପାଦନ କରିଛି ।

ABOUT THE AUTHOR

...view details