ଓଡିଶା

odisha

ETV Bharat / bharat

ବସପା ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲା: ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି

ବସପାର 6 ବିଧାୟକଙ୍କୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସରେ ଅବୈଧରପରେ ସାମିଲ ଉପରେ ରୋକ ଲଗାଇବାକୁ ପ୍ରତ୍ୟାକ୍ଷାନ କରିଥିବା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ଯାଚିକାର ଶୁଣାଣି ମଙ୍ଗଳବାର ହେବ । ଅଧିକ ପଢନ୍ତୁ...

By

Published : Aug 10, 2020, 6:11 PM IST

ବସପା ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲା: ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି
ବସପା ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲା: ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ମଧ୍ୟରେ 6 ଜଣ ବସପା ବିଧାୟକଙ୍କ କଂଗ୍ରେସରେ ସାମିଲ ହେବା ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରମିକୋର୍ଟରେ ହେବ । ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବିଜେପି ପକ୍ଷରୁ ଦାଏର ଯାଚିକାର ଶୁଣାଣି କରିବେ । ବସପାର 6 ବିଧାୟକଙ୍କୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସରେ ଅବୈଧରପରେ ସାମିଲ ଉପରେ ରୋକ ଲଗାଇବାକୁ ପ୍ରତ୍ୟାକ୍ଷାନ କରିଥିବା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ବିଜେପି ବିଧାୟକ ମଦନ ଦିଲବାର ।

2019 ମସିହା ଡିସେମ୍ବର 18ରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଯାହାକୁ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଜେପି ବିଧାୟକ ମଦନ ଦିଲାବର । ହେଲେ ହାଇକୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନାକରିବାରୁ ସୁପ୍ରମିକୋର୍ଟରେ ମଦନ ଯାଚିକା ଦାଏର କରିଥିଲେ ।

ABOUT THE AUTHOR

...view details