ଓଡିଶା

odisha

ETV Bharat / bharat

କୋରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

କୋରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନକୁ ନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସମଗ୍ର ଦେଶରୁ ହେଉଥିବା ଦାବି ହେଉଥିବା ବେଳେ ସୋମବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି ।

By

Published : Aug 24, 2020, 2:44 PM IST

_highcourt
କୋରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନକୁ ନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସମଗ୍ର ଦେଶରୁ ହେଉଥିବା ଦାବି ହେଉଥିବା ବେଳେ ସୋମବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି ।

ଏହି ଆବେଦନକୁ ଖାରଜ କରିବା ବେଳେ ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବରେ ସର୍ବୋଚ୍ଚ ଅଦାଲତର ଏକ ବେଞ୍ଚ କହିଛନ୍ତି ଯେ, ଆର୍ଥିକ ଏବଂ ନୀତି ଆଦି ଉପରେ ଆଧାର କରି ଏହାର ମୁକାବିଲା କରିବା ପାଇଁ ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ନୀତି ରହିଛି । ଏଣୁ ଏଭଳି କ୍ଷେତ୍ର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଦେଇପାରିବ ନାହିଁ ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 61,408 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 836 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 31,06,349ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 23,38,036 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 768313 ଆକ୍ରାନ୍ତ ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏବେସୁଦ୍ଧା ଦେଶରେ କୋରୋନା କାରଣରୁ 57,542 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details