ଓଡିଶା

odisha

ETV Bharat / bharat

ଅଯୋଧ୍ୟା ମାମଲା: ସିଜେଆଇଙ୍କ ସଙ୍କେତ, ବୁଧବାର ଶେଷ ହେବ ଶୁଣାଣି - ଅଯୋଧ୍ୟା ମାମଲା

ବୁଧବାର ଅଯୋଧ୍ୟା ମାମଲାର ଅନ୍ତିମ ଶୁଣାଣି । ଆଜି ଶୁଣାଣିକୁ 39 ଦିନ ପୂରିଥିବା ବେଳେ ଆସନ୍ତାକାଲି ଉଭୟ ପକ୍ଷ ମତ ରଖିବାର ଶେଷ ଦିନ । ଏହାପରେ ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ମାମଲା ଉପରେ ପଡ଼ିପାରେ ପୂର୍ଣ୍ଣଛେଦ ।

ଡ଼ିଜାଇନ ଫଟୋ

By

Published : Oct 15, 2019, 10:34 PM IST

Updated : Oct 16, 2019, 3:05 AM IST

ନୂଆଦିଲ୍ଲୀ: ବୁଧବାର ଅଯୋଧ୍ୟା ମାମଲାର ଶେଷ ଶୁଣାଣି । ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ମାମଲା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ଦୁଇ ପକ୍ଷଙ୍କ ଶୁଣାଣିକୁ 39 ଦିନ ପୁରିଛି । ପୂର୍ବରୁ ଏହି ମାମଲାକୁ ଆସନ୍ତା ଅକ୍ଟୋବର 18 ସୁଦ୍ଧା ଶେଷ କରିବାକୁ କହିଥିଲେ ସୁପ୍ରିମକୋର୍ଟ । କିନ୍ତୁ ବୁଧବାର ଶୁଣାଣି ଶେଷ କରିବାକୁ କହିଛନ୍ତି ମୁଖ୍ୟ ବିଚାରପତତି ରଞ୍ଜନ ଗୋଗୋଇ ।

ବୁଧବାର ମଧ୍ୟାହ୍ନ ଭୋଜନ ପରେ ଉଭୟ ପକ୍ଷଙ୍କ ଓକିଲ ରଖିବେ ମତ । ମୁସଲିମ ପକ୍ଷ ଓକିଲଙ୍କୁ 1 ଘଣ୍ଟା ମିଳିଥିବା ବେଳେ ହିନ୍ଦୁ ପକ୍ଷ ଓକିଲଙ୍କୁ ମିଳିଛି 45 ମିନିଟ । ସେହିପରି ଅନ୍ୟ ଚାରି ହିନ୍ଦୁ ପକ୍ଷଙ୍କୁ ମଧ୍ୟ ମତ ରଖିବାକୁ ମିଳିବ 45 ମନିଟ ଲେଖାଏଁ ସମୟ ।

ସୋମବାର ମାମଲାର ଶୁଣାଣି ଚାଲିଥିବାବେଳେ ମତ ରକ୍ଷିଥିଲେ ହିନ୍ଦୁ ପକ୍ଷ ଓକିଲ କେ ପରାଶରନ । ସେ କହିଛନ୍ତି ରାମ ଜନ୍ମଭୂମି ସ୍ଥଳରେ ମସଜିଦ ନିର୍ମାଣ କରିବା ଇତିହାସରେ ସବୁଠୁ ବଡ଼ ଭୁଲ । ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନରେ ବାବର ମସଜିଦ ନିର୍ମାଣ କରିବା ଏକ ଐତିହାସିକ ଭୁଲ ଥିଲା । ଆଉ ଏଭଳି ଭୁଲ ନିଷ୍ପତିକୁ ସୁଧାରିବାର ସଠିକ ସୟମ ଆସିଛି ବୋଲି ମୁସଲିମ ପକ୍ଷରୁ ଦାଖଲ ହୋଇଥିବା ଦଲିଲର ଜବାବ ରଖି କହିଛନ୍ତି ପରାଶରନ ।

ବୁଧବାର ଦୁଇ ପକ୍ଷଙ୍କ ରହିବ ଶେଷ ଶୁଣାଣି । ଅଯୋଧ୍ୟା ମାମଲା ପାଇଁ ଗଠିତ ଖଣ୍ଡପୀଠ ଏହା ପରେ ନିଷ୍ପତି ନେଇପାରନ୍ତି । ବହୁ ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ମାମଲାର ପୂର୍ଣ୍ଣଛେଦ ପଡ଼ିପାରେ । ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ଏ ନାଜିର ସଦସ୍ୟ ରହିଛନ୍ତି ।

Last Updated : Oct 16, 2019, 3:05 AM IST

ABOUT THE AUTHOR

...view details