ଓଡିଶା

odisha

ETV Bharat / bharat

ପୂର୍ବତନ ଆଇପିଏସ ଭାରତୀ ଘୋଷଙ୍କୁ ଆଶ୍ୱସ୍ତି, ଗିରଫ ହେବେନି

ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ ଭାରତୀ ଘୋଷଙ୍କୁ ଆଶ୍ୱସ୍ତି । କୌଣସି ମାମଲାରେ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ ।

By

Published : Feb 19, 2019, 3:51 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଗିରଫ ହେବେନି ପୂର୍ବତନ ଆଇପିଏସ ଭାରତୀ ଘୋଷ । ତାଙ୍କ ନାଁରେ ହୋଇଥିବା କୌଣସି ବି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । ନିକଟରେ ବିଜେପିରେ ଯୋଗ ଦେଇଥିବା ଭାରତୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

ଆଜି ଜଷ୍ଟିସ ଏକେ ସିକ୍ରିଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଭାରତୀଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି 3 ସପ୍ତାହ ପରେ ହେବ ବୋଲି ଜଣାଇଛନ୍ତି । ସୂଚନାଯୋଗ୍ୟ, ଭାରତୀଙ୍କ ନାଁରେ ମୋଟ 10ଟି ମାମଲା ରୁଜୁ କରିଛନ୍ତି ପଶ୍ଚିମବଙ୍ଗ ସରକାର । ତାଙ୍କ କହିବା ମୁତାବକ ପୂର୍ବରୁ 7ଟି ମାମଲାରେ ତାଙ୍କୁ ସୁରକ୍ଷା ମିଳିସାରିଛି । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ମମତା ସରକାର ତାଙ୍କ ନାଁରେ ଆଉ ତିନୋଟି ମାମଲା ଦାଖଲ କରିଥିଲେ । ତେବେ ଆଜି କୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଆସିଛି ।

ଏହି ପୂର୍ବତନ ଆଇପିଏସ ନିକଟରେ ଫେବୃଆରୀ 4 ତାରିଖରେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଅତ୍ୟନ୍ତ ବିଶ୍ୱସ୍ଥ ଥିଲେ । ଏପରିକି 2014ରେ ତାଙ୍କୁ ମମତା ସେବା ପଦକ ପ୍ରଦାନ କରି ସମ୍ମାନିତ କରିଥିଲେ । ତେବେ ତାଙ୍କ ନାଁରେ ସୁନା ଠକେଇ ଏବଂ ଅନ୍ୟାନ୍ୟ ଦୁର୍ନୀତି ମାମଲା ଉଠିଛି । ଯାହାକି ବର୍ତ୍ତମାନ କୋର୍ଟରେ ବିଚାରାଧିନ ରହିଛି । ମମତାଙ୍କ ସହ ବିବାଦ ପରେ ଏବେ ସୁରକ୍ଷା ପାଇଁ ଭାରତୀ ପଦ୍ମ ଧରିଥିବା ନେଇ ଜୋରଦାର ଚର୍ଚ୍ଚା ।

For All Latest Updates

ABOUT THE AUTHOR

...view details