ଓଡିଶା

odisha

ETV Bharat / bharat

ପିଏମ କେୟାର୍ସ ଫଣ୍ଡ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ - SC dismisses PIL challenging PM-CARES Fund

ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ (PM- CARES) ପାଣ୍ଠି ପ୍ରତିଷ୍ଠାକୁ ଚ୍ୟାଲେଞ୍ଜ କରି ରୁଜୁ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଅଧିକ ପଢନ୍ତୁ...

SC dismisses PIL challenging setting up of PM-CARES Fund
ପିଏମ କେୟାର୍ସ ଫଣ୍ଡ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

By

Published : Apr 14, 2020, 1:04 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ (PM- CARES) ପାଣ୍ଠି ପ୍ରତିଷ୍ଠାକୁ ଚ୍ୟାଲେଞ୍ଜ କରି ରୁଜୁ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ଆଡଭୋକେଟ ମନୋହର ଲାଲ ଶର୍ମାଙ୍କ ଦ୍ବାରା ଦାଖଲ କରାଯାଇଥିବା ଏହି ଜନସ୍ବାର୍ଥ ମାମଲାରେ କୁହାଯାଇଛି, ଏପରି ଏକ ଜରୁରୀକାଳୀନ ରିଲିଫ ପାଣ୍ଠି ଗଠନ କରିବାର କ୍ଷମତା କେବଳ ଭାରତର ସଂସଦରେ ରହିଛି ।

ଶର୍ମା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ, ‘ପ୍ରଶ୍ନଟି ସମ୍ବିଧାନର ଧାରା 266 ଓ 267 ଅଧୀନରେ ରହିଛି । ଏକ ସଂଯୋଜକ ପାଣ୍ଠି କେବଳ ସଂସଦ ଦ୍ବାରା ସୃଷ୍ଟି ହୋଇପାରିବ । ଏଠାରେ କୌଣସି ବିଜ୍ଞପ୍ତି କିମ୍ବା ଆଦେଶନାମା ନ ଥିବାରୁ ଏହା ବେଆଇନ ଅଟେ ।’

ସେହିପରି ଏହାକୁ ବିଚାର କରି ମୁଖ୍ୟ ବିଚାରପତି ବୋବଡେ କହିଛନ୍ତି, ‘ଏହା ଏକ ଭୁଲ ଆବେଦନ ଏବଂ ଏହା ରାଜସ୍ବ ସଂଗ୍ରହ ବିଷୟରେ ନୁହେଁ । ଏହା ଏକ ଭୁଲ ଧାରଣା ଅଟେ । ଏହାକୁ ନେଇ ଯୁକ୍ତି କରାନଯାଉ ।’

କୋରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ପାଣ୍ଠି ଗଠନ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ବ୍ୟବସାୟୀ, କ୍ରୀଡ଼ା ବ୍ୟକ୍ତିତ୍ବ, ରାଜନୈତିକ ବ୍ୟକ୍ତିତ୍ବ ଓ ବଲିଉଡ ଅଭିନେତାଙ୍କ ସମେତ ସାଧାରଣ ଲୋକ PM CARES ପାଣ୍ଠିକୁ ସହଯୋଗ ଯୋଗାଇଛନ୍ତି ।

@ANI

ABOUT THE AUTHOR

...view details