ଓଡିଶା

odisha

ETV Bharat / bharat

ଚାରି ଧାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ମଙ୍ଗଳବାର ଚାରି ଧାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

By

Published : Sep 8, 2020, 3:52 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଚାରି ଧାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶର ଯମୁନୋତ୍ରୀ, ଗଙ୍ଗୋତ୍ରୀ, ବଦ୍ରିନାଥ ଓ କେଦାରନାଥରେ ସଂଯୋଗ କରୁଥିବା ଜାତୀୟ ରାଜପଥ ନିର୍ମାଣ ପାଇଁ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟର 2018 ସର୍କୁଲାର ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସର୍କୁଲାର ଅନୁଯାୟୀ, 5.5 ମିଟର ପାହାଡି ଅଞ୍ଚଳ ଦେଇ କ୍ୟାରେଜୱେ ନିର୍ମାଣ କରାଯିବାର ଥିଲା କିନ୍ତୁ କେନ୍ଦ୍ର 7 ମିଟର କରିବାକୁ ଚାହୁଁଛି । ମାତ୍ର ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି । କାରଣ ସରକାରଙ୍କ ସର୍କୁଲାର ନିଜେ ସରକାର ଉଲଂଘନ କରିପାରିବେ ନାହିଁ । ଏହି ପ୍ରକଳ୍ପରେ ଜଙ୍ଗଲ ନଷ୍ଟ ହେବାକୁ ଥିବା ବେଳେ କ୍ଷତିପୂରଣ ପାଇଁ କେନ୍ଦ୍ରକୁ ବୃକ୍ଷରୋପଣ କରିବାକୁ ମଧ୍ୟ କୋର୍ଟ କହିଛନ୍ତି।

ଏହାପୂର୍ବରୁ, ପରିବେଶ ମନ୍ତ୍ରଣାଳୟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ହୋଇଥିବା ହାଇ ପାୱାର୍ କମିଟି (ଏଚପିସି)ଏକ ଆଫିଡେଭିଟ୍ ଦାଖଲ କରିଥିଲେ । ଏଥିରେ ସଦସ୍ୟଙ୍କ ମଧ୍ୟରେ ମତଭେଦ ରହିଥିବା ଦର୍ଶାଯାଇଥିଲା । 2019 ମସିହାରେ ସର୍ବୋଚ୍ଚ ଅଦାଲତ ସରକାରଙ୍କ 12,000 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details