ଗୁଜୁରାଟ: ଶତ୍ରୁଦେଶରେ 58 ଘଣ୍ଟା ବିତାଇ ଭାରତକୁ ଫେରିଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସାରା ଦେଶ ସାଲ୍ୟୁଟ କରୁଛି । ତାଙ୍କ ବୀରତ୍ବର ଗାଥାକୁ ସମଗ୍ର ଦେଶ ବାହାବା କରୁଛି । ଏହି ଅବସରରେ ଅଭିନନ୍ଦନଙ୍କୁ ଅଭିନବ ଉପାୟରେ ସମ୍ମାନ ଜଣାଇଛି ଗୁଜୁରାଟର ଏକ ଶାଢୀ ମିଲ ।
ଶାଢୀରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ - National
ଗୁଜୁରାଟର ଜଣେ ଶାଢୀ ବ୍ୟବସାୟୀ ସର୍ଜିକାଲ ଷ୍ଟ୍ରାଇକ-2 ହେବାର କିଛି ସମୟ ପରେ ଏକ ଆଶ୍ଚର୍ଯ୍ୟଜନକ ଶାଢୀ ପ୍ରସ୍ତୁତ କରିଥିଲେ । ଏହାକୁ ସର୍ଜିକାଲ ଷ୍ଟ୍ରାଇକର ଥିମରେ ପ୍ରସ୍ତୁତ କରାଯାଇଥିଲା । ସର୍ଜିକାଲ ଷ୍ଟ୍ରାଇକର ସମ୍ପୂର୍ଣ୍ଣ ଘଟଣା ଏଥିରେ ରହିଥିଲା ।
ସୁରତର ଏହି ଶାଢୀ ମିଲ ବିଭିନ୍ନ ଶାଢୀ ତିଆରି କରିଛି । ଏଥିରେ ଅଭିନନ୍ଦନଙ୍କ ବୀରତ୍ବର ଗାଥା ପେଣ୍ଟିଂ ମାଧ୍ୟମରେ ଦର୍ଶାଯାଇଛି । ଅଭିନନ୍ଦନଙ୍କ ଫଟୋ ସହ ଭାରତୀୟ ବାୟୁସେନାର ଚିତ୍ର ଏଥିରେ ରହିଛି । ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଶାଢୀ ମଧ୍ୟ ଏହା ନିର୍ମାଣ କରିଛି । ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକର ଫଟୋ ସହ ମଧ୍ୟ ଶାଢୀ ନିର୍ମିତ ହୋଇଛି । ନିକଟରେ ଏସବୁ ଶାଢୀ ପ୍ରଦର୍ଶିତ କରିବା ପରେ ମିଲକୁ ଏହିପ୍ରକାର ଶାଢୀ ପାଇଁ ଅନେକ ଅର୍ଡର ମିଳିଛି । ଏପରିକି ଏହାକୁ କିଣିବା ପାଇଁ ସୁରତରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ପୂର୍ବରୁ ମଧ୍ୟ ଗୁଜୁରାଟର ଜଣେ ଶାଢୀ ବ୍ୟବସାୟୀ ସର୍ଜିକାଲ ଷ୍ଟ୍ରାଇକ-2 ହେବାର କିଛି ସମୟ ପରେ ଏକ ଆଶ୍ଚର୍ଯ୍ୟଜନକ ଶାଢୀ ପ୍ରସ୍ତୁତ କରିଥିଲେ । ଏହାକୁ ସର୍ଜିକାଲ ଷ୍ଟ୍ରାଇକର ଥିମରେ ପ୍ରସ୍ତୁତ କରାଯାଇଥିଲା । ସର୍ଜିକାଲ ଷ୍ଟ୍ରାଇକର ସମ୍ପୂର୍ଣ୍ଣ ଘଟଣା ଏଥିରେ ରହିଥିଲା । ଏହି ଶାଢୀକୁ ବ୍ୟବସାୟୀ ଜଣକ ମାତ୍ର 4 ଘଣ୍ଟାରେ ପ୍ରସ୍ତୁତ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ଭାରତୀୟ ଯବାନ, ମିରାଜ 2000 ଏବଂ ଫାଇଟର ପ୍ଲେନ ଛପା ଯାଇଛି ।