ଓଡିଶା

odisha

ETV Bharat / bharat

କେଦାରନାଥ ଗୁମ୍ଫାରେ ଭ୍ରମଣ ପାଇଁ ଲାଗିବ ଟ୍ୟାକ୍ସ, ବିରୋଧ କଲା ସନ୍ଥ ସମାଜ

କେଦାରନାଥ ଧାମରେ ଗୁମ୍ଫାଗୁଡିକ ପୁନଃରୁଦ୍ଧାର ପାଇଁ ଉତ୍ତରାଖଣ୍ଡ ସରକାର ଏହାକୁ ନବୀକରଣ କରୁଛନ୍ତି । ଯାହାଦ୍ବାରା ପରିଦର୍ଶନରେ ଆସୁଥିବା ଭକ୍ତଙ୍କ ଠାରୁ ଟ୍ୟାକ୍ସ ଆଦାୟ ହେବ । ଅଧିକ ପଢନ୍ତୁ...

By

Published : Jun 22, 2020, 8:31 PM IST

କେଦାରନାଥ ଗୁମ୍ଫାରେ ଭ୍ରମଣ ପାଇଁ ଲାଗିବ ଟ୍ୟାକ୍ସ, ବିରୋଧ କଲା ସନ୍ଥ ସମାଜ
କେଦାରନାଥ ଗୁମ୍ଫାରେ ଭ୍ରମଣ ପାଇଁ ଲାଗିବ ଟ୍ୟାକ୍ସ, ବିରୋଧ କଲା ସନ୍ଥ ସମାଜ

ଡେରାଡୁନ: ବିଶ୍ୱ ପ୍ରସିଦ୍ଧ କେଦାରନାଥ ମନ୍ଦିର ପରିଦର୍ଶନରେ ଯାଉଥିବା ଭକ୍ତମାନଙ୍କୁ କେଦାରନାଥ ଧାମରେ ​​ଆଧ୍ୟାତ୍ମିକ ଗୁମ୍ଫା ପରିଦର୍ଶନ ପାଇଁ ମୂଲ୍ୟ ଦେବାକୁ ପଡିବ। ଗୁମ୍ଫାରେ ଆଧୁନିକୀକରଣ କରି ରାଜ୍ୟ ସରକାର ଗୁମ୍ଫାରେ ସୁବିଧା କରୁଛନ୍ତି। ଯାହାର ମୂଲ୍ୟ ଟ୍ୟାକ୍ସ ଭାବରେ ଏଠାରେ ପହଞ୍ଚୁଥିବା ଭକ୍ତଙ୍କଠାରୁ ସଂଗ୍ରହ କରାଯିବ । ଏଥି ସହିତ କେଦାରନାଥ ଧାମର ସନ୍ଥ ସମାଜ ଏବଂ ତୀର୍ଥ ପୁରୋହିତ ଏହାକୁ ଦୃଢ ବିରୋଧ କରୁଛନ୍ତି।

ସୂଚନାମୁତାବକ, 16-17 ଜୁନ 2013ର ବିପର୍ଯ୍ୟୟ ପରଠାରୁ କେଦାରଧାମରେ ପୁନଃ ନିର୍ମାଣ କାର୍ଯ୍ୟ ଚାଲିଛି । କେଦାରନାଥ ଧାମର ଆଧୁନିକୀକରଣ ସହିତ ଏହା ସମସ୍ତ ସୁବିଧା ସହିତ ସଜାଯାଉଛି । ଯାହାଫଳରେ ଏଠାରେ ପହଞ୍ଚୁଥିବା ତୀର୍ଥଯାତ୍ରୀମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ନିଜେ କେଦାରଧାମର ପୁନଃ ନିର୍ମାଣ ଉପରେ ନଜର ରଖିଛନ୍ତି। ଏଥି ମଧ୍ୟରୁ ଅନେକ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ ।

କେଦାରନାଥରେ ଗରୁଡଚଟ୍ଟୀ ସହିତ ଅନେକ ଗୁମ୍ଫା ଅଛି । ଯେଉଁଠାରେ ଯାତ୍ରା ସମୟର 6 ମାସ ପର୍ଯ୍ୟନ୍ତ ଅନେକ ସାଧୁ ସନ୍ଥମାନେ ତପସ୍ୟା କରିଥାନ୍ତି । କିନ୍ତୁ ଦେବସ୍ଥାନ ବୋର୍ଡ ଗଠନ ପରେ ଏହି ଗୁମ୍ଫାଗୁଡ଼ିକ ବର୍ତ୍ତମାନ ସରକାରଙ୍କ ଅଧୀନରେ ଆସିବ। ଯାହା ପରେ ସାଧୁ ଓ ସନ୍ଥମାନେ ଏଠାରେ ତପସ୍ୟା କରିବାକୁ ସମର୍ଥ ହେବେ ନାହିଁ କିମ୍ବା ସେମାନେ ଏଠାରେ ରହିପାରିବେ ନାହିଁ । ଏହା ବ୍ୟତୀତ, ଯେଉଁ ଭକ୍ତମାନେ ଏଠାରେ ପହଞ୍ଚିବେ ଏବଂ ଗୁମ୍ଭା ଦେଖିବେ ସେମାନଙ୍କୁ ମଧ୍ୟ ଏଥିପାଇଁ ଅଲଗା ଟଙ୍କା ଦେବାକୁ ପଡିବ ।

ରାଜ୍ୟ ସରକାର ଏହି ଗୁମ୍ଫା ଗୁଡିକୁ ନବୀକରଣ କରୁଛନ୍ତି । ଏଠାରେ ଥିବା ଗୁମ୍ଫାଗୁଡ଼ିକୁ ହାଇ-ଟେକ କରାଯାଉଛି । ଏଥିରେ ଶୌଚାଳୟ ସମେତ ସମସ୍ତ ସୁବିଧା କରାଯାଉଛି । ବର୍ତ୍ତମାନ ଯେକୌଣସି ଭକ୍ତ ଏଠାରେ ସାଧନା କରନ୍ତି ତାଙ୍କୁ ଭଡା ଦେବାକୁ ପଡିବ । ମୋଟ ଉପରେ କହିବାକୁ ଗଲେ ବାବା କେଦାରନାଥଙ୍କ ଭକ୍ତି ନଗରୀ ଆଧ୍ୟାତ୍ମ ଓ ଆସ୍ଥା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବଜାରବାଦ ଆଡକୁ ଗତି କରୁଛି । ଯାହାକୁ ତୀର୍ଥପୁରୋହିତ ଏବଂ କେଦାରନାଥ ଧାମର ସାଧୁ ସମ୍ପ୍ରଦାୟ ଦୃଢ ବିରୋଧ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details