ଓଡିଶା

odisha

ଅହମ୍ମଦାବାଦକୁ 'ମିନି ପାକିସ୍ତାନ’ କହିଥିବା ସଞ୍ଜୟ ରାଉତ କ୍ଷମା ମାଗନ୍ତୁ: ବିଜେପି

ଅହମ୍ମଦାବାଦକୁ ‘ମିନି ପାକିସ୍ତାନ’ ବୋଲି ଅଭିଯୋଗ କରି ବିଜେପି ଶିବସେନା ନେତା ସଞ୍ଜୟ ରାଉତଙ୍କଠାରୁ କ୍ଷମା ମାଗିଛନ୍ତି। ପାର୍ଟି ମୁଖପାତ୍ର ଭରତ ପାଣ୍ଡ୍ୟା ଏକ ବିବୃତ୍ତି ଜାରି କରି ରାଉତଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଅଧିକ ଖବର ପଢନ୍ତୁ...

By

Published : Sep 7, 2020, 8:00 AM IST

Published : Sep 7, 2020, 8:00 AM IST

ଅହମ୍ମଦାବାଦକୁ ''ମିନି ପାକିସ୍ତାନ '' କହିଥିବା ସଞ୍ଜୟ ରାଉତ କ୍ଷମା ମାଗନ୍ତୁ: ବିଜେପି
ଅହମ୍ମଦାବାଦକୁ ''ମିନି ପାକିସ୍ତାନ '' କହିଥିବା ସଞ୍ଜୟ ରାଉତ କ୍ଷମା ମାଗନ୍ତୁ: ବିଜେପି

ଅହମ୍ମଦାବାଦ୍: ତୁଣ୍ଡରେ ତୁଣ୍ଡି ନରଖି ହରଡଘଣାରେ ପଡିଛନ୍ତି ଶିବସେନା ସାଂସଦ। ଅହମ୍ମଦାବାଦକୁ ମିନି ପାକିସ୍ତାନ କହି ଏବେ ବିଜେପି ଟାର୍ଗେଟର ଶିକାର ହୋଇଛନ୍ତି ସଞ୍ଜୟ ରାଉତ। ଭାରତରେ ରହି କୌଣସି ରାଜ୍ୟ ପ୍ରତି ଏପରି ଏକ ଅପମାନଜନକ ବୟାନ ପାଇଁ ଗୁଜୁରାଟ ଓ ଅହମ୍ମଦାବାଦବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛି ବିଜେପି।

ତେବେ ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ ପଚାରିଥିଲେ ଯେ ଅଭିନେତ୍ରୀ କଙ୍ଗନା ରଣାୱତ ଅହମ୍ମଦାବାଦକୁ 'ମିନି ପାକିସ୍ତାନ' ସହିତ ତୁଳନା କରିବା ପାଇଁ ସାହସ ରଖିଛନ୍ତି କି। ତେବେ କାହିଁକି ସେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) ସହିତ ସମାନ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ମୁମ୍ବାଇକୁ ଅସୁରକ୍ଷିତ ବୋଲି କହିବା ପରଠାରୁ ସଞ୍ଜୟ ରାଉତ ଏବଂ କଙ୍ଗନା ରାନାୱତ ମଧ୍ୟରେ ଆରମ୍ଭ ହୋଇଛି ଏହି ବାକ୍ ଯୁଦ୍ଧ।

"ଯଦି ସେହି ସେ ଝିଅ ମୁମ୍ବାଇକୁ 'ମିନି ପାକିସ୍ତାନ' ବୋଲି କହି ମୁମ୍ବାଇ ଏବଂ ମହାରାଷ୍ଟ୍ରକୁ କ୍ଷମା ମାଗନ୍ତି, ତେବେ ମୁଁ ଏହା ବିଷୟରେ ଚିନ୍ତା କରିବି। ଅହମ୍ମଦାବାଦ ବିଷୟରେ ମଧ୍ୟ କହିବାକୁ ତାଙ୍କର ସାହସ ଅଛି କି?" ଶିବସେନା ସାଂସଦ ସଞ୍ଜୟ ରାଉତ ପଚାରିଛନ୍ତି। ସଞ୍ଜୟ ରାଉତଙ୍କ ମନ୍ତବ୍ୟରେ ବିରକ୍ତ ହୋଇ ଗୁଜରାଟ ବିଜେପି ମୁଖପାତ୍ର ଭାରତ ପାଣ୍ଡ୍ୟା କହିଛନ୍ତି ଯେ ଅହମ୍ମଦାବାଦକୁ ମିନି ପାକିସ୍ତାନ ବୋଲି କହି ସେନା ନେତା ରାଜ୍ୟକୁ ଅପମାନିତ କରିଛନ୍ତି। ତେଣୁ ସେ ଗୁଜୁରାଟ, ଅହମ୍ମଦାବାଦ ଏବଂ ଅହମ୍ମଦାବାଦ ବାସୀଙ୍କୁ କ୍ଷମା ମାଗିବା ଉଚିତ।

ପାଣ୍ଡ୍ୟା କହିଛନ୍ତି ଯେ ଗୁଜୁରାଟ, ଗୁଜୁରାଟୀ ତଥା ନେତାମାନଙ୍କୁ ବଦନାମ କରିବା ପାଇଁ ସେନା କୌଣସି ସୁଯୋଗର ହାତଛଡା କରୁନାହାଁନ୍ତି। ସେ କହିଛନ୍ତି, " ଗୁଜୁରାଟ ହେଉଛି ଗାନ୍ଧୀଜୀ ଏବଂ ସର୍ଦ୍ଦାର ପଟେଲଙ୍କ ରାଜ୍ୟ। ସର୍ଦ୍ଦାର ପଟେଲ 562 ଟି ରାଜ୍ୟକୁ ଏକତ୍ର କରି ଭାରତର ଏକତା ଏବଂ ଅଖଣ୍ଡତାକୁ ମଜବୁତ କରିଛନ୍ତି। ଜୁନାଗଡ ଏବଂ ହାଇଦ୍ରାବାଦକୁ ପାକିସ୍ତାନ ଯିବାକୁ ବାରଣ କରାଯାଇଥିଲା ଏବଂ ତାଙ୍କ ଅନ୍ତଃ କରଣ ଏବଂ ଶକ୍ତି ଯୋଗୁଁ ଭାରତରେ ରହିବାକୁ ଦିଆଯାଇଥିଲା।" କହିଛନ୍ତି।

ଭାରତ ପାଣ୍ଡ୍ୟା କହିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାର ସ୍ବପ୍ନ, ଧାରା 370 କୁ ଖଣ୍ଡନ କରି ଗୁଜୁରାଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୂରଣ କରିଛନ୍ତି।

ABOUT THE AUTHOR

...view details