ଓଡିଶା

odisha

ETV Bharat / bharat

ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଜାତୀୟ ମୁଖପାତ୍ର ପଦରୁ ହଟିଲେ ସଞ୍ଜୟ ଝା

କଂଗ୍ରେସର ମୁଖ୍ୟପ୍ରବକ୍ତା ପଦରୁ ହଟିଲେ ସଞ୍ଜୟ ଝା । ଏହାସହ କଂଗ୍ରେସର ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ହେଲେ ଅଭିଷେକ ଦତ୍ତ ଏବଂ ସାଧନା ଭାରତୀ। ଅଧିକ ପଢନ୍ତୁ...

ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଜାତୀୟ ମୁଖପାତ୍ର ପଦରୁ ହଟିଲେ ସଞ୍ଜୟ ଝା
ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଜାତୀୟ ମୁଖପାତ୍ର ପଦରୁ ହଟିଲେ ସଞ୍ଜୟ ଝା

By

Published : Jun 18, 2020, 4:03 PM IST

ନୂଆଦିଲ୍ଲୀ: ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇବା ପଡିଲା ମହଙ୍ଗା । ଜାତୀୟ ମୁଖପାତ୍ର ପଦରୁ ସଞ୍ଜୟ ଝାଙ୍କୁ ହଟାଇଲା କଂଗ୍ରେସ। ଦଳ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତତ୍କାଳ ପ୍ରଭାବରେ ଝାଙ୍କୁ ହଟାଇବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଚିଠିକୁ କଂଗ୍ରେସ ଟ୍ୱିଟର ପେଜରେ ସେୟାର କରାଯାଇଛି। ଏହା ସହିତ ଅଭିଷେକ ଦତ୍ତ ଏବଂ ସାଧନା ଭାରତୀଙ୍କୁ କଂଗ୍ରେସର ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି ।

ଉଲ୍ଲେଖନୀୟ ଯେ, ନିକଟରେ ଝା ଏକ ଆର୍ଟିକିଲ ମାଧ୍ୟମରେ ଦଳର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ରହିଛି । ଅନ୍ୟପକ୍ଷରେ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ପାଇଁ କଂଗ୍ରେସ ବି.କେ ହରି ପ୍ରସାଦ ଏବଂ ନସିର ଅହମ୍ମଦଙ୍କୁ ମନୋନୀତ କରିଛି।

ସଞ୍ଜୟ ଟ୍ୱିଟ କରି କହିଛନ୍ତି ଯେ, ' ଏହି ସମୟରେ ଚୀନର ବିପଜ୍ଜନକ ଏନକାଉଣ୍ଟର ବିରୋଧରେ ଭାରତରେ ଏକ ପରିପକ୍ୱ ରାଜନୈତିକ ଏକତାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଅତୀତରେ ଆମ କଂଗ୍ରେସ / ୟୁପିଏ ସରକାର ବିଷୟରେ ଅନେକ ଥର ଅପମାନଜନକ କଥା କହିଛନ୍ତି, ଯାହା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆମକୁ ଏହାଠାରୁ ଉପରକୁ ଉଠିବାକୁ ପଡିବ । ନିଜକୁ ପରିବର୍ତ୍ତନ କରିବାକୁ ପଡିବ । ଏକଜୁଟ ହେବାକୁ ପଡିବ ।

ABOUT THE AUTHOR

...view details