ଲକ୍ଷ୍ନୌ: ଦେଶରେ ଯେଉଁଭଳି ଭାବେ କୋରୋନା ବ୍ୟାପିବାରେ ଲାଗିଛି ସେନେଇ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ବ୍ୟବସ୍ଥା କରାଯାଉଥିବା ସାମ୍ନାକୁ ଆସୁଛି। ସେହିପରି କୋରୋନା ସଙ୍କଟରେ ଆମକୁ ରକ୍ଷା କରୁଥିବା ପ୍ରଭାବଶାଳୀ ଅସ୍ତ୍ର ସାନିଟାଇଜର ପୋଷ୍ଟ ମାଧ୍ୟାମରେ ଏବେ ଘରେ ପହଞ୍ଚିବ । ଖାଲି ସେତିକି ନୁହେଁ ବର୍ତ୍ତମାନ ଏହା ସାନିଟାଇଜର ଗୁଡିକ ଗାଁର ଶାଖା ଡାକଘରକୁ ପଠାଯିବ ଏବଂ ଗାଁରେ ଏହାର ଅଳ୍ପ କିଛି ଡାକ ଘରେ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି ।
ପୋଷ୍ଟ ଅଫିସରେ ବିକ୍ରି ହେଉଛି ସାନିଟାଇଜର, ଖୁବ ଶୀଘ୍ର ହେବ ହୋମ ଡେଲିଭରି - ପୋଷ୍ଟ ଅଫିସରେ ବିକ୍ରି ହେଉଛି ସାନିଟାଇଜର
ଉତ୍ତରପ୍ରଦେଶର ପୋଷ୍ଟ ଅଫିସରେ ବିକ୍ରି ହେଉଛି ସାନିଟାଇଜର । ସମୟ ହିସାବରେ ଏହି ସାନିଟାଇଜରର ମୂଲ୍ୟ ହ୍ରାସ ପାଇବ । ଅଧିକ ପଢନ୍ତୁ...
ଉତ୍ତରପ୍ରଦେଶର ମିରଟ ଜିଲ୍ଲାର ବରିଷ୍ଠ ପୋଷ୍ଟ ମାଷ୍ଟର ଜେ.ଏଲ ଶର୍ମା କହିଛନ୍ତି ଯେ, ମେଘଦୁତ ଗ୍ରାମ ଶିଳ୍ପ ସେବା ସହିତ ପୋଷ୍ଟ ବିଭାଗ ଦ୍ୱାରା ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଯେଉଁ ଅଧୀନରେ ପ୍ରତ୍ୟେକ ଡାକଘରେ ସାନିଟାଇଜର ବିକ୍ରି ହେଉଛି । ଏହି ସାନିଟାଇଜର ବିଷୟରେ ବିଶେଷ କଥା ହେଉଛି ସେମାନଙ୍କର ଗୁଣବତ୍ତା ଭଲ ଏବଂ ଏଗୁଡିକ ଅନ୍ୟ ସାନିଟାଇଜର ଅପେକ୍ଷା ଶସ୍ତା ମଧ୍ୟ ଅଟେ ।
ଡାକଘର ଗୁଡିକରେ ଯୋଗାଣ ଆସିବା ପରେ ବିକ୍ରି ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ଏହି ସାନିଟାଇଜର ଗୁଡିକୁ ଛୋଟ ଡାକଘର ଏବଂ ଗ୍ରାମରେ ଡାକଘର ଗୁଡିକରେ ବିକ୍ରି ପାଇଁ ପଠାଯାଉଛି । ବରିଷ୍ଠ ପୋଷ୍ଟ ମାଷ୍ଟର ଏହା ମଧ୍ୟ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଡାକ ବିଭାଗ ମଧ୍ୟ ଏଗୁଡିକର ହୋମ ଡେଲିଭରି କରିବ। ବର୍ତ୍ତମାନ ଡାକଘର କାଉଣ୍ଟରରୁ ବିକ୍ରି ହେଉଛି। ଏହି ସାନିଟାଇଜରଗୁଡିକ 3ଟି ଆକାରରେ ଉପଲବ୍ଧ, 50ml, 100ml, ଏବଂ 250ml ଅଟେ । ସମୟ ସମୟରେ ଏହାର ମୂଲ୍ୟ ହ୍ରାସ ପାଇବ ।