ଓଡିଶା

odisha

ETV Bharat / bharat

ସନ୍ଦେସରା ଘୋଟାଲା ମାମଲା: କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଇଡିର ଜେରା

ସନ୍ଦେସରା ଘୋଟାଲା ମାମଲାରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଜେରା କରିବ ଇଡି । ଏଥିପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ତାଙ୍କ ଘରେ ପହଞ୍ଚିଛନ୍ତି।

କଂଗ୍ରେସ ନେତା ଅହମ୍ମଦ ପଟେଲ
କଂଗ୍ରେସ ନେତା ଅହମ୍ମଦ ପଟେଲ

By

Published : Jun 30, 2020, 4:08 PM IST

ନୂଆଦିଲ୍ଲୀ: ସନ୍ଦେସରା ଘୋଟାଲା ମାମଲାରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ପଚରାଉଚରା କରିବ ଇଡି । ଏଥିପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ତାଙ୍କ ଘରେ ପହଞ୍ଚିଛନ୍ତି। ଇଡି ଅହମ୍ମଦ ପଟେଲଙ୍କୁ ଚେତନ ସନ୍ଦେସରାଙ୍କ ବିଷୟରେ ପଚାରିଛନ୍ତି । ଚେତନ ସନ୍ଦେସରା ଅହମ୍ମଦ ପଟେଲଙ୍କ ତାଙ୍କ ପୁଅ ଫୈଜଲ ପଟେଲ ଓ ଜ୍ବାଇଁ ଇରଫାନ ସିଦ୍ଦିକିଙ୍କ ନିକଟତର ।

ପ୍ରଶ୍ନର ପ୍ରଥମ ଦିନରେ ଅହମ୍ମଦ ପଟେଲ ଇଡି ଆଗରେ ହାଜର ହୋଇଥିଲେ। ତେବେ ଅହମ୍ମଦ ପଟେଲଙ୍କ ଉତ୍ତରରେ ଇଡି ଅଧିକାରୀ ସନ୍ତୁଷ୍ଟ ନାହାଁନ୍ତି। ବର୍ତ୍ତମାନ ସନ୍ଦେସରା ମାମଲାର ସାକ୍ଷୀ ତଥା କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବୟାନ ଆଧାରରେ ଇଡି ଅଧିକାରୀମ ଅହମ୍ମଦ ପଟେଲଙ୍କୁ ପ୍ରଶ୍ନ କରିବେ ।

ସୂଚନାନୁଯାୟୀ, ସନ୍ଦେସରା ଘୋଟାଲା ପିଏନବି ଘୋଟାଲାଠାରୁ ବି ବଡ ଅଟେ। ଷ୍ଟର୍ଲିଂ ବାୟୋଟେକ୍ କମ୍ପାନୀ ଲିମିଟେଡ୍ ଓ ସନ୍ଦେସରା ଗ୍ରୁପର 3 ଜଣ ପ୍ରମୋଟର ନିତିନ ସନ୍ଦେସରା, ଚେତନ ସନ୍ଦେସରା ଓ ଦୀପ୍ତି ସନ୍ଦେସରା ପ୍ରଥମେ ନକଲି କମ୍ପାନୀ ଗଠନ କରିଥିଲେ ଓ ପରେ ଅନେକ ବ୍ୟାଙ୍କଠାରୁ ପ୍ରାୟ 14,500 କୋଟି ଟଙ୍କାର ଠକେଇ କରିଥିଲେ ।

ଏହାପୂର୍ବରୁ ଆୟକର ବିଭାଗ ଅହମ୍ମଦ ପଟେଲଙ୍କୁ 400 କୋଟି ଟଙ୍କା କାରବାର ମାମଲାରେ ପଚରାଉଚୁରା ପାଇଁ ଡାକିଥିଲେ। ତାଙ୍କ ଉପରେ ଅଭିଯୋଗ ଅଛି ଯେ ସେ 400 କୋଟିରୁ ଅଧିକ ଟଙ୍କା କଂଗ୍ରେସ ଆକାଉଣ୍ଟକୁ ଆସିଛି। ବର୍ତ୍ତମାନ ଆୟକର ବିଭାଗର ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି।

ABOUT THE AUTHOR

...view details