ଓଡିଶା

odisha

ହସ୍ପିଟାଲରୁ ଡିସଚାର୍ଜ ପରେ ସମ୍ବିତଙ୍କ ଟ୍ବିଟ, ସୁସ୍ଥ ହେବାକୁ ସମୟ ଲାଗିବ

ଶାରୀରିକ ଅସୁସ୍ଥତା କାରଣରୁ ମେ 28 ତାରିଖରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଏବେ ସେ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Jun 9, 2020, 11:47 AM IST

Published : Jun 9, 2020, 11:47 AM IST

Updated : Jun 9, 2020, 12:31 PM IST

ହସ୍ପିଟାଲରୁ ଡିସଚାର୍ଜ ପରେ ସମ୍ବିତଙ୍କ ଟ୍ବିଟ, ସୁସ୍ଥ ହେବାକୁ ସମୟ ଲାଗିବ
ହସ୍ପିଟାଲରୁ ଡିସଚାର୍ଜ ପରେ ସମ୍ବିତଙ୍କ ଟ୍ବିଟ, ସୁସ୍ଥ ହେବାକୁ ସମୟ ଲାଗିବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର ରବିବାର ବିଳମ୍ବିତ ରାତିରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।

ହସ୍ପିଟାଲରୁ ଡିସଚାର୍ଜ ପରେ ସମ୍ବିତଙ୍କ ଟ୍ବିଟ, ସୁସ୍ଥ ହେବାକୁ ସମୟ ଲାଗିବ

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସମ୍ବିତ ଟ୍ୱିଟ କରି କହିଛନ୍ତି, 'ଆପଣ ସମସ୍ତଙ୍କର ଆଶୀର୍ବାଦ ଓ ପ୍ରାର୍ଥନା ବଳେ ମୁଁ ସୁସ୍ଥ ହୋଇ ମୋ ଘରକୁ ଫେରି ଆସିଛି । ତେବେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ସମୟ ଲାଗିବ । ଆପଣମାନଙ୍କ ଆଶୀର୍ବାଦ ଓ ଭଲପାଇବା ପାଇଁ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି ।

ସୂଚନାମୁତାବକ, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଠାରେ କୋରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାତ୍ର ହସ୍ପିଟାଲରେ ଭର୍ତ୍ତି ହେବା ପରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ତେଜିନ୍ଦର ପାଲ ସିଂ ବଗ୍ଗା ଓ ତାଙ୍କ ଶୁଭଚିନ୍ତକ ମାନେ ଟ୍ୱିଟ କରି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

Last Updated : Jun 9, 2020, 12:31 PM IST

ABOUT THE AUTHOR

...view details