ଓଡିଶା

odisha

ETV Bharat / bharat

କବିତା ମାଧ୍ୟମରେ ଶାହୀନବାଗ ପ୍ରଦର୍ଶନକାରୀଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର - ଶାହୀନବାଗ

ଶାହୀନବାଗ ପ୍ରଦର୍ଶନକାରୀଙ୍କ ଉପରେ ବର୍ଷିଲେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର । କବିତା ମାଧ୍ୟମରେ ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ କରିବା ସହ ଆସାମକୁ ଭାରତଠୁ ଅଲଗା ହେବାକୁ ଦେବୁନି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

କବିତା ମାଧ୍ୟମରେ ଶାହୀନବାଗ ପ୍ରଦର୍ଶନକାରୀଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର
କବିତା ମାଧ୍ୟମରେ ଶାହୀନବାଗ ପ୍ରଦର୍ଶନକାରୀଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର

By

Published : Jan 25, 2020, 9:06 PM IST

ନୂଆଦିଲ୍ଲୀ: ଶାହୀନବାଗରେ ଚାଲିଥିବା ପ୍ରଦର୍ଶନକୁ ନେଇ ବିଜେପି ନେତା ସମ୍ବିତ ପାତ୍ର ଜୋରଦାର ବର୍ଷିଛନ୍ତି । ପ୍ରଦର୍ଶନର ମାଷ୍ଟରମାଇଣ୍ଡ କୁହାଯାଉଥିବା ଏଏମୟୁର ପୂର୍ବତନ ଛାତ୍ର ଶରଜୀଲ ଇମାମଙ୍କୁ ଟାର୍ଗେଟ କରିଛନ୍ତି ସମ୍ବିତ । ବିଜେପି ନେତା ସମ୍ବିତ ଏକ ଭିଡିଓ ଜାରି କରିଛନ୍ତି, ଯାହା କି ଶାହୀନବାଗର ବୋଲି କୁହାଯାଉଛି । ଏହି ଭିଡିଓରେ ଭାରତକୁ ଆସାମକୁ ଅଲଗା କରିଦିଆଯିବାର କଥା କୁହାଯାଇଛି । ଏହି ଭିଡିଓକୁ ନେଇ ଶୀଘ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ସମ୍ବିତ ।

କବିତା ମାଧ୍ୟମରେ ଶାହୀନବାଗ ପ୍ରଦର୍ଶନକାରୀଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର

ସମ୍ବିତ କହିଛନ୍ତି ଯେ କିଛି ଅସାମାଜିକ ବ୍ୟକ୍ତି ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସେ ନିଜ କଥାକୁ ସାବ୍ୟସ୍ତ କରିବା ପାଇଁ ଭାଇରାଲ ହେଉଥିବା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓରେ ଜଣେ ବ୍ୟକ୍ତି ଭାରତଠୁ ଆସାମକୁ ଅଲଗା କରିଦେବାର କଥା କହୁଛନ୍ତି । ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବିତ କହିଛନ୍ତି । ଏହାସହ ସମ୍ବିତ ଏକ କବିତା ମାଧ୍ୟମରେ ଶାହୀନବାଗ ପ୍ରଦର୍ଶନକାରୀଙ୍କ ଜବାବ ଦେଇଛନ୍ତ ।

ଚିକେନ ନେକକୁ ଅଲଗା ହେବାକୁ ଦେବୁନାହିଁ

ସମ୍ବିତ ପାତ୍ରଙ୍କ ଦ୍ବାରା ଦେଖାଯାଇଥିବା ଭିଡିଓରେ ଯୁବକ ଜଣକ ଚିକେନ ନେକ୍‌କୁ ଅଲଗା କରିଦେବା କଥା କହୁଛି । ଯୁବକ ଜଣଙ୍କ କହିଛନ୍ତି ଯେ, ଆସାମକୁ ବଞ୍ଚାଇବା ପାଇଁ ଏହାକୁ ଅଲଗା କରିବାକୁ ପଡିବ । ତେବେ କୌଣସି ବି ପରିସ୍ଥିତିରେ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପାତ୍ର କହିଛନ୍ତି ।

ABOUT THE AUTHOR

...view details