ଓଡିଶା

odisha

ETV Bharat / bharat

ଅଖିଳେଶଙ୍କ ଜୀବନ ପ୍ରତି ବିପଦ, ଆସୁଛି ଧମକପୂର୍ଣ୍ଣ ଫୋନକଲ !

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆସୁଛି ଧମକପୂର୍ଣ୍ଣ ଫୋନ କଲ ଓ ମେସେଜ । ଜଣେ ବିଜେପି ନେତା ତାଙ୍କୁ ଧମକପୂର୍ଣ୍ଣ ଫୋନ କଲ ଓ ମେସେଜ କରିଥିବା ସେ ଅଭିଯୋଗ କରିଛନ୍ତି । ଆଜି ଏକ ସଭାରେ ସେ ଉଦବୋଧନ ଦେବା ସମୟରେ ଜଣେ ବ୍ୟକ୍ତି ଜୟ ଶ୍ରୀରାମ କହିବା ପରେ ସେ ଏପରି ଅଭିଯୋଗ କରିଛନ୍ତି ।

By

Published : Feb 16, 2020, 9:51 PM IST

Samajwadi Party chief Akhilesh Yadav
ଅଖିଳେଶଙ୍କ ଜୀବନ ପ୍ରତି ବିପଦ, ଆସୁଛି ଧମକପୂର୍ଣ୍ଣ ଫୋନକଲ !

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆସୁଛି ଧମକପୂର୍ଣ୍ଣ ଫୋନ କଲ ଓ ମେସେଜ । ଜଣେ ବିଜେପି ନେତା ତାଙ୍କୁ ଧମକପୂର୍ଣ୍ଣ ଫୋନ କଲ ଓ ମେସେଜ କରିଥିବା ସେ ଅଭିଯୋଗ କରିଛନ୍ତି । ଆଜି ଏକ ସଭାରେ ସେ ଉଦବୋଧନ ଦେବା ସମୟରେ ଜଣେ ବ୍ୟକ୍ତି ଜୟ ଶ୍ରୀରାମ କହିବା ପରେ ସେ ଏପରି ଅଭିଯୋଗ କରିଛନ୍ତି ।

ଜଣେ ବିଜେପି ନେତାଙ୍କ ନିକଟରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଛନ୍ତି । ଏପରିକି ତାଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ କଲ ଓ ମ୍ୟାସେଜ ଆସିଥିବା ଜଣାଇବା ସହ ସେ ମେସେଜକୁ ସେଭ୍‌ କରି ରଖିଥିବାବେଳେ ଦିନେ କି ଦୁଇ ଦିନ ଭିତରେ ଏନେଇ ପ୍ରେସମିଟ୍‌ କରିବେ ବୋଲି କହିଛନ୍ତି ।

ସୂଚନାଥାଉକି, ଆଜି ଅଖିଳେଶ ଏକ ସଭାକୁ ସମ୍ବୋଧିତ କରୁଥିବା ସମୟରେ ଜଣେ ଯୁବକ ସଭାକୁ ପଶିବା ସହ ଜିତିଲେ କଣ କରିବ ବୋଲି କହିଥିଲେ । ତେବେ ଅଖିଳେଶ ତାଙ୍କ କଥାକୁ ଠିକରେ ଶୁଣିନପାରିବାରୁ ତାଙ୍କୁ ପାଖକୁ ଡାକିଥିଲେ । ଏହି ସମୟରେ ଉକ୍ତ ଯୁବକ ଜଣଙ୍କ ଜୟ ଶ୍ରୀରାମ ନାରା ଲଗାଇଥିଲେ ।

ଏହାପରେ ଅଖିଳେଶ ତାଙ୍କୁ ଦିନେ ଦୁଇଦିନ ପୂର୍ବରୁ ଧମକପୂର୍ଣ୍ଣ ଫୋନ ଆସିବା ଓ ଏବେ ଏପରି ହେବା ଦର୍ଶାଇ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ।

ସୌଜନ୍ୟ: IANS

ABOUT THE AUTHOR

...view details