ନୂଆଦିଲ୍ଲୀ: ବରେଲିର ବିଜେପି ବିଧାୟକ ରାଜେଶ ମିଶ୍ରଙ୍କ କନ୍ୟା ସାକ୍ଷୀ ଏବଂ ତାଙ୍କ ସ୍ବାମୀ ଅଜିତେଶ କୁମାରଙ୍କ ଉପରେ ଆକ୍ରମଣ ଅଭିଯୋଗ। ନିଜ ସୁରକ୍ଷାକୁ ନେଇ ଆଜି ସକାଳେ ଉଭୟ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ଯେଉଁଠି କିଛି ଲୋକେ ଅଜିତେଶଙ୍କୁ ମାରପିଟ କରିଥିଲେ ।
ସାକ୍ଷୀ ଏବଂ ଅଜିତେଶ ମାମଲାର ଶୁଣାଣି ସିଦ୍ଧାର୍ଥ ବର୍ମାଙ୍କ କୋର୍ଟରେ ହୋଇଥିଲା । ଏହାସହ ତାଙ୍କ ପାଇଁ ଏକ ଆଶ୍ବସ୍ଥିକର ଖବର ମଧ୍ୟ ଆସିଛି । ନ୍ୟାୟାଳୟ ସମସ୍ତ ଦସ୍ତାବିଜକୁ ଯାଞ୍ଚ କରିବା ସହ ଦୁହିଁଙ୍କ ବିବାହକୁ ବୈଧ ବୋଲି ରାୟ ଶୁଣାଇଛନ୍ତି ।