ଓଡିଶା

odisha

ETV Bharat / bharat

ଅଯୋଧ୍ୟାରେ ହେବ ସନ୍ଥ ସମାଜର ବୈଠକ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୋମବାର ସାଧୁ ସନ୍ଥଙ୍କର ବଡ ବୈଠକ ହେବାନେଇ ସୂଚନା ମିଳିଛି । ବୈଠକରେ ଅଯୋଧ୍ୟାର ସନ୍ଥ, ମହନ୍ତଙ୍କ ସମେତ ବିଶ୍ବହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଚମ୍ପତ ରାୟ, କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ ସାମିଲ ରହିବେ ।

By

Published : Jun 2, 2019, 10:49 PM IST

ଫାଇଲ ଫଟୋ

ଅଯୋଧ୍ୟା: ପ୍ରଚଣ୍ଡ ବହୁମତ ସହ ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ଫରିବା ପରେ ରାମ ମନ୍ଦିର ନିର୍ମାଣ ପାଇଁ ସନ୍ଥ ସମାଜର ଦାବି ଜୋର ଧରିବାକୁ ଲାଗିଲାଣି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୋମବାର ସାଧୁ ସନ୍ଥଙ୍କର ବଡ ବୈଠକ ହେବାକୁ ଯାଉଛି ।

ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ବୈଠକର ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଏଥିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ସୋମବାର ହେବାକୁ ଥିବା ଏହି ବୈଠକରେ ଅଯୋଧ୍ୟାର ସନ୍ଥ, ମହନ୍ତଙ୍କ ସମେତ ବିଶ୍ବହିନ୍ଦୁ ପରିସଦର ଉପାଧ୍ୟକ୍ଷ ଚମ୍ପତି ରାୟ ସାମିଲ ରହିବେ । ଏଥିସହ କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ ମଧ୍ୟ ବୈଠକରେ ଯୋଗ ଦେବା ନେଇ ସୂଚନା ମିଳିଛି ।

ABOUT THE AUTHOR

...view details