ଓଡିଶା

odisha

ETV Bharat / bharat

କେମିତି ଜାଣିବେ ‘କେଶର’ ଅସଲି କି ନକଲି, ପଢନ୍ତୁ...

ମସଲା ଗୁଡିକ ମଧ୍ୟରେ କେଶର ସବୁଠୁ ଦାମୀ ମସଲା । ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ ।

By

Published : Jun 3, 2019, 1:07 PM IST

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: କାଶ୍ମୀରରେ ଉତ୍ପାଦନ ହେଉଥିବା କେଶର ଏକ ଦାମୀ ମସଲା ଅଟେ । ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଭାରତରେ ଏହାର ଲକ୍ଷାଧିକ ଟଙ୍କାର ବ୍ୟବସାୟ ହୋଇଥାଏ । ତେବେ ଏହାର ଚାଷ କେବଳ ସମ୍ଭ୍ରାନ୍ତ ଲୋକ ହିଁ କରିବାରେ ସକ୍ଷମ ହୋଇଥାନ୍ତି । କାରଣ ଏହା ଅଧିକ ଦାମୀ ଅଟେ । ତେବେ ମାର୍କେଟରେ ନକଲି କେଶର ମଧ୍ୟ ବିକ୍ରି ହୋଇଥାଏ । ତେବେ କେମିତି ଜାଣିବେ କେଶରର କଣ ରହିଛି ଫାଇଦା, ନକଲି ଓ ଅସଲି କେଶର ମଧ୍ୟରେ ଫରକ ।

ନକଲି କେଶର

କେଶରର ସ୍ବାଦ ଓ ଏହାର ମହକରୁ ହିଁ ଜଣାଯାଏ ଏହା ଅସଲି କିମ୍ବା ନକଲି । ଏହାକୁ କିଣିବା ପୂର୍ବରୁ ଏହାକୁ ଟିକେ ଚୋବାଇକରି ଖାଇବା ଖାଆନ୍ତୁ । ଯଦି ଏହାକୁ ଚୋବାଇବା ଦ୍ବାରା ମିଠା ଲାଗୁଛି ତେବେ ଏହା ନକଲି କେଶର । କେଶରକୁ ଚିହ୍ନଟ କରିବା ପାଇଁ ଅଳ୍ପ ଗରମ ପାଣିରେ ବେକିଂ ସୋଢା ପକାଇଲେ ଯଦି ଖୁବଶୀଘ୍ର ଏହାର ରଙ୍ଗରେ ପରିବର୍ତ୍ତନ ହୋଇ କେଶରିଆ ରଙ୍ଗ ଆସିଥାଏ ତେବେ ଏହା ନକଲି ବୋଲି ଜାଣନ୍ତୁ ।

ଅସଲି କେଶର

କେଶରକୁ ପାଟିରେ ଚୋବାଇବା ଦ୍ବାରା ଯଦି ଏହା କଡା ବା ଟିକେ କସା ଲାଗେ ତେବେ ଏହା ଅସଲି କେଶର । ଏହା ବ୍ୟତୀତ କେଶରକୁ ଗରମ ପାଣିରେ ପକାଇବା ଦ୍ବାରା ଯଦି ଧିରେ ଧିରେ ଏହାର ରଙ୍ଗରେ ପରିବର୍ତ୍ତନ ହୁଏ ତେବେ ଏହା ଅସଲି କେଶରର ପରିଚୟ ଦେଇଥାଏ । ଧ୍ୟାନ ରଖନ୍ତୁ ଅସଲି କେଶର ଯେକୌଣସି ଜିନିଷରେ ମିଶିଲେ ଏହାର ରଙ୍ଗ ହଳଦିଆ ହୋଇଥାଏ ।

ABOUT THE AUTHOR

...view details