ନୂଆଦିଲ୍ଲୀ: ବୋଲ ମାନୁନି ତୁଣ୍ଡ । ନିଜର ବିବାଦୀୟ ବୟାନ ପାଇଁ ପୁଣି ଅଡୁଆରେ ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁର। ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମ୍ଏନ୍ଏମ୍ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ । ଯାହାକୁ ନେଇ ଏବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।
ମିଡିଆକୁ ଆଳ କରି କ୍ଷମା ପ୍ରାର୍ଥାନା କଲେ ସାଧ୍ବୀ - nathuram godse
ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମ୍ଏନ୍ଏମ୍ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ । ଯାହାକୁ ନେଇ ଏବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।
ଫଟୋ ସୌଜନ୍ୟ: ଏଏନ୍ଆଇ
ସେ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ବୟାନ, କାହା ଭାବନାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ । ମହାତ୍ମା ଗାନ୍ଧୀ ଦେଶ ପାଇଁ ଯାହା କରି ଯାଇଛନ୍ତି ତାହାକୁ ଭୁଲି ହେବ ନାହିଁ । ଏହାସହ ସେ କହିଛନ୍ତି ବୟାନକୁ ଭୁଲ ଅର୍ଥରେ ପ୍ରସାର କରିଛି ମିଡିଆ ।
ଏଠାରେ ସୂଚନାଯୋଗ୍ୟ, ଗଡସେ ଦେଶଭକ୍ତ ଥିଲେ ଏବଂ ରହିବେ ବୋଲି ମତ ଦେଇ ବିବାଦରେ ଫସିଥିଲେ ବିଜେପି ପ୍ରାର୍ଥୀ ସାଧ୍ବୀ ।