ଓଡିଶା

odisha

By

Published : Mar 25, 2020, 8:18 AM IST

ETV Bharat / bharat

ଭାରତ ଲକଡାଉନ, କେରଳରେ ସମସ୍ତ ପର୍ବ ବାତିଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21ଦିନିଆ ଲକଡାଉନ ଘୋଷଣା କରିବା ପରେ କେରଳର ମାର୍ଚ୍ଚ 29ରେ ଆରମ୍ଭ ହେବାକୁ ଥିବା ସାବରୀମାଳା ମନ୍ଦିର ପର୍ବକୁ ବାତିଲ କରାଯାଇଛି । କେରଳର ଅନ୍ୟ ମନ୍ଦିରରେ ଥିବା ସମସ୍ତ ପର୍ବକୁ ବାତିଲ କରିବାକୁ ଟ୍ରାଭାନକୋର ଦେବାସ୍ବୋମ ବୋର୍ଡ (ଟିଡିବି) ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

Sabarimala Temple festival cancelled in view of nationwide lockdown
21ଦିନିଆ ଲକଡାଉନ ଘୋଷଣା ପରେ କେରଳର ସମସ୍ତ ପର୍ବ ବାତିଲ

ଥିରୁଅନନ୍ତପୁରମ: କୋରୋନା ଭାଇରସକୁ ରୋକିବା ପାଇଁ ମଙ୍ଗଲବାର ରାତି 12 ଟାରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ତାଲା ବନ୍ଦ ଦୀର୍ଘ 21 ଦିନ ଧରି ହେବାକୁ ଥିବାବେଳେ ମାର୍ଚ୍ଚ 29 ରେ ଆରମ୍ଭ ହେବାକୁ ଥିବା ସାବରୀମାଳା ମନ୍ଦିରର ପର୍ବକୁ ବାତିଲ କରାଯାଇଛି । ତେବେ ଏହି ବନ୍ଦକୁ ଦୃଷ୍ଟିରେ ରଖି କେରଳର ଅନ୍ୟ ମନ୍ଦିରରେ ହେବାକୁ ଥିବା ସମସ୍ତ ପର୍ବକୁ ବାତିଲ କରିବାକୁ ଟ୍ରାଭାନକୋର ଦେବାସ୍ବୋମ ବୋର୍ଡ (ଟିଡିବି) ନିଷ୍ପତ୍ତି ନେଇଛି।

କୋରୋନା ମୁକାବିଲା ପାଇଁ ‘ସାମାଜିକ ଦୂରତା’ ଏକମାତ୍ର ବିକଳ୍ପ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, COVID-19 ରେ ପ୍ରାୟ 536ଟି ସକାରାତ୍ମକ ମାମଲା ଭାରତ ରିପୋର୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏଗାର ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

@ ANI

ABOUT THE AUTHOR

...view details