ଥିରୁଅନନ୍ତପୁରମ:ଶନିବାର ଖୋଲିଥିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର । 41 ଦିନିଆ ବାର୍ଷିକ ତୀର୍ଥଯାତ୍ରାର ପ୍ରଥମ ଦିନ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ରବିବାର ଅନୁଷ୍ଠିତ ହୋଇଥିଲା ମଣ୍ଡଳପୂଜା । ମନ୍ଦିର ଖୋଲିବା ପରେ ପ୍ରଥମେ ପୂଜା କରିଥିଲେ ମୁଖ୍ୟ ପୂଜକ । ତେବେ ତିନି ଦିନ ମଧ୍ୟରେ ପ୍ରାୟ 3.32 ରାଜସ୍ବ ହୋଇଥିବା ଜଣାପଡିଛି ।
ଦୁଇ ଦିନରେ 3କୋଟି ଟପିଲା ସାବରିମାଳା ରାଜସ୍ବ - revenue of sabarimala
3କୋଟି ଟପିଲା ସାବରିମାଳା ରାଜସ୍ବ । ନଭେମ୍ବର 16ରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ଖୋଲିଥିଲା ମନ୍ଦିର । ଆଗକୁ ପଢନ୍ତୁ...
ସୂଚନା ଅନୁସାରେ, ମନ୍ଦିରକୁ ଏକ କୋଟି ଟଙ୍କା ଡୋନେସନ ମିଳିଛି । 2.42 ନଗଦ ଟଙ୍କା ଆକାରରେ ମନ୍ଦିରକୁ ଦାନ କରିଛନ୍ତି ଶ୍ରଦ୍ଧାଳୁ । ନଭେମ୍ବର 16 ତାରିଖରେ ସୁପ୍ରିମକୋର୍ଟ ମନ୍ଦିରର ଗର୍ଭଗୃହକୁ ମହିଳାଙ୍କ ପ୍ରବେଶକୁ ନେଇ ରାୟ ଶୁଣାଇଥିଲେ। ଯେଉଁଥିରେ କୁହାଯାଇଥିଲା କି, ସବୁ ବୟସର ମହିଳାମାନେ ମନ୍ଦିରକୁ ପ୍ରବେଶ କରିପାରିବେ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ମହିଳାଙ୍କୁ ଫେରାଇ ଦିଆଯାଇଥିଲା ।
ପରମ୍ପରାକୁ ଆଖିରେ ରଖି ମହିଳାଙ୍କ ପ୍ରବେଶ ଉପରେ ରୋକ ଲଗାଯିବା କଥା କୁହନ୍ତି ଅନ୍ୟ ଭକ୍ତମାନେ। ପୂର୍ବରୁ ଯାହା ମନ୍ଦିରର ପରମ୍ପରା ରହିଆସିଛି ସୁପ୍ରିମକୋର୍ଟଙ୍କ ରାୟ ହଠାତ ତାକୁ ବଦଳାଇଦେଲେ । ହେଲେ ଲୋକେ ଏହାକୁ ଗ୍ରହଣ କରିପାରିନାହାଁନ୍ତି । ଯେମିତି ପୂର୍ବରୁ ଚାଲିଥିଲା ସେମିତି ଚାଲିବାକୁ ଦିଆଗଲେ ଭଲ ବୋଲି କହିଛନ୍ତି ଜଣେ ଆୟପ୍ପା ଶ୍ରଦ୍ଧାଳୁ ।