ଓଡିଶା

odisha

ETV Bharat / bharat

ଅଂଶୁଘାତରୁ କିପରି ରକ୍ଷା ପାଇବେ ପଢନ୍ତୁ.... - foods

ଖରା ଦିନରେ ଆପଣାନ୍ତୁ ଘରୋଇ ଉପଚାର । ରକ୍ଷା ପାଇବେ ଅଂଶୁଘାତରୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jun 2, 2019, 7:50 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଯେଉଁପରିମାଣରେ ଖରାର ପ୍ରକୋପ ବଢୁଛି, ସେତିକି ମାତ୍ରାରେ ମଧ୍ୟ ଗରମ ହେବା ସହ ଅଂଶୁଘାତରେ ଅନେକ ଜୀବନ ହାନି ଘଟୁଛି । ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ । ଯେତେବେଳେ ଶରୀରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟମ୍ ଅବା ୧୦୫.୧ ଡିଗ୍ରୀ ଫାରେନାଇଟରୁ ଅଧିକ ହୁଏ, ସେତେବେଳେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ । ତେବେ ଖରାର ପ୍ରକୋପରୁ ବଞ୍ଚିବା ସହ କିଭଳି ଅଂଶୁଘାତ ନ ହେବ, ସେ ନେଇ କଣ କରିବେ ପଢନ୍ତୁ ।

ଅଂଶୁଘାତର ଲକ୍ଷଣ:

ଅଂଶୁଘାତ ହେବା ଦ୍ବାରା ଶରୀରର ତାପମାତ୍ରାରେ ଦୁଇ ଗୁଣା ବଢିଯାଇଥାଏ । ତଣ୍ଟି ଶୁଖିଯାଇଥାଏ । ତ୍ବଚା ଶୁଖିଯାଏ, ହୃଦ ସ୍ପନ୍ଦନରେ ହ୍ରାସ ଘଟେ । ଆଖି ପୋଡାଜଳା ହେବା ସହ ଜ୍ବର ଆସିଥାଏ । ବାନ୍ତି ଲାଗିବା ସହ ବ୍ୟକ୍ତି ବେହୋସ ମଧ୍ୟ ହୋଇଯାଇଥାଏ । ତେବେ ବେଳେବେଳେ ଏହା ଅତି ସାଙ୍ଘାତିକ ହୋଇଯାଇଥାଏ । ଯାହାଦ୍ବାରା ଜୀବନ ମଧ୍ୟ ଚାଲିଯାଇଥାଏ । ଯଦି ସେଭଳି କିଛି ଅନୁଭବ ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଅଂଶୁଘାତରୁ ରକ୍ଷା ପାଇବା ପାଇଁ କଣ କରିବେ:

ଖରାଦିନରେ ବେଶୀ ଖାଇବା ପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ । ପେଟପୁରା ଖାଇବା ସହ ପେଟ ଭର୍ତ୍ତି କରି ପାଣି ପିଇବା ନିତାନ୍ତ ଜରୁରୀ । ଏହାଦ୍ବାରା ଆମ ଶରୀରର ସନ୍ତୁଳନ ଠିକ ରହିଥାଏ । ଶରୀରରୁ ଜଳୀୟ ଅଂଶ ମଧ୍ୟ କମିନଥାଏ । ଗରମ ଦିନରେ ରସ ଯୁକ୍ତ ଫଳ ଖାଇବା ଆବଶ୍ୟକ । ସେଥିମଧ୍ୟରୁ ପାଚିଲା ଆମ୍ବ, ଜାମୁକୋଳି, ଲିଚୁ, ପାଚିଲା ପଣସ, ଭଳି ରସାଳିଆ ଫଳ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ଓ ଥକ୍କା ଅନୁଭବ ହୋଇନଥାଏ । ଏହାସହ ପଇଡ ପାଣି, ତାଳ ସଜ ମଧ୍ୟ ଖାଇପାରିବେ ।

ଖରା ସମୟରେ କୌଣସି କାମରେ ଯଦି ବାହାରକୁ ବାହାରୁଥାନ୍ତି, ତେବେ ଛତା ବ୍ୟବହାର କରିବା ସହ ମୁଣ୍ଡରେ ଓଦା କପଡା ପକାଇ ଯାଆନ୍ତୁ । ପ୍ରଚୁର ପରିମାଣର ପାଣିପିଇବା ସହ, ସାଙ୍ଗରେ ପାଣି ବୋତଲ ନିଅନ୍ତୁ । ପାଣି ବୋତଲରେ ଯଦି ଗ୍ଲୁକଣ୍ଡି ମିଶାଉଛନ୍ତି, ତେବେ ଆହୁରି ଭଲ । ତେବେ ପାଣି ବୋତଲ ବ୍ୟତୀତ ଏନର୍ଜି ଡ୍ରିଙ୍କ, ଦହିପାଣି, ଲେମ୍ବୁ ପାଣି, ମିଲ୍କ ସେକ ସାଥିରେ ରଖିଥିଲେ ଶୋଷ ଲାଗିବା ସମୟରେ ପିଇପାରିବେ । ଖାଇବାରେ ମଧ୍ୟ ଟିକେ ପରିବର୍ତ୍ତନ ଆଣିଲେ ଭଲ । ଏହି ଦିନମାନଙ୍କର ମସଲା ଓ ତେଲ ଜାତୀୟ ଖାଦ୍ୟ ଠାରୁ ଟିକେ ଦୁରେଇ ରୁହନ୍ତୁ । ଯେତେ ସମ୍ଭବ ତରଳ ଖାଦ୍ୟ ଖାଇବା ସହ ଯାହା ପେଟକୁ ଥଣ୍ଡା ରଖିବା ସେହି ଖାଦ୍ୟ ଖାଅନ୍ତୁ ।

ଯଦି ଆପଣଙ୍କ ଶରୀର ଅତି ଦୁର୍ବଳ ଲାଗୁଥାଏ, ତେବେ ଆପଣ ପାଦ ତଳେ କଞ୍ଚା ଆମ୍ବର ଲେପ ଲଗାଇପାରନ୍ତି ଯାହା ଅଂଶୁଘାତକୁ ରୋକିବାରେ ସହାୟତା କରିବ । ଆଉ ଯଦି ପଖାଳ ଖାଉଥାନ୍ତି । ତେବେ ସେଥିରେ ପିଆଜକୁ ଗୋଲ କରି କାଟି ପକାନ୍ତୁ । ତେବେ ଘରୁ ବାହାରିବା ପୂର୍ବରୁ ଖାଦ୍ୟ ଭିତରେ ଗୁଡକୁ ମଧ୍ୟ ଆପଣ ଟିକେ ଖାଇ ପାଣି ପିଇପାରିବେ । ଏହାଦ୍ବାରା ଶରୀରକୁ ଥକ୍କା ଲାଗି ନଥାଏ । ଆଉ ଠିକ ସମୟରେ ଏହାର ଉପଚାର କଲେ ବ୍ୟକ୍ତିର ଜୀବନ ବଞ୍ଚିଯାଇପାରିବ ।

ABOUT THE AUTHOR

...view details