ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ସମୟରେ ସମସ୍ୟାରେ ଥିବା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) । ଘରୋଇ ହିଂସା, ନିର୍ଯ୍ୟାତନା ଇତ୍ୟାଦିର ଶିକାର ହୋଇଥିବା ମହିଳାମାନଙ୍କୁ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ ପାଇଁ ଏକ ହେଲ୍ପଲାଇନ ସେବା ଆରମ୍ଭ କରିଛି।
ମହିଳାଙ୍କ ସୁରକ୍ଷା ପାଇଁ ଆରଏସଏସର ହେଲ୍ପଲାଇନ ନମ୍ବର - ଆରଏସଏସର ହେଲ୍ପଲାଇନ ନମ୍ବର
ଦେଶବ୍ୟାପୀ ଲକଡାଉନ୍ ସମୟରେ ସମସ୍ୟାରେ ଥିବା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ) । ଘରୋଇ ହିଂସା, ନିର୍ଯ୍ୟାତନା ଇତ୍ୟାଦିର ଶିକାର ହୋଇଥିବା ମହିଳାମାନଙ୍କୁ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ ପାଇଁ ଏକ ହେଲ୍ପଲାଇନ ସେବା ଆରମ୍ଭ କରିଛି।
ହେଲ୍ପଲାଇନ ନମ୍ବର 817-817-1234 ଜାରି କରାଯାଇଛି। ମହିଳାମାନେ କଲ୍ କରିପାରିବେ ଏବଂ ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ ଏବଂ ପରାମର୍ଶ ସାହାଯ୍ୟ ମାଗି ପାରିବେ। ସେମାନେ କାଉନସେଲିଂ ମଧ୍ୟ କରିପାରିବେ ଓ ପରାମର୍ଶଦାତାଙ୍କ ସହ ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିପାରିବେ।
ଆସୋସିଏସନ ସହ ଜଡିତ ଓକିଲ ପ୍ରତୀମା ଲାକ୍ରା କହିଛନ୍ତି, ‘ଲକଡାଉନ୍ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ମାର୍ଗଦର୍ଶନ କରିବା ଏବଂ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ଆମର ଉଦ୍ଦେଶ୍ୟ। ଆଜିର ଯୁଗରେ ପୁରୁଷ ଓ ମହିଳା ସମାନ ଅଧିକାର ରହିଛି । ଯେତେବେଳେ ମହିଳାଙ୍କ ସହ ହିଂସା ଏବଂ ନିର୍ଯ୍ୟାତନା ଖବର ଆସେ, ଏହା ଅତ୍ୟନ୍ତ ଦୁଃଖଦାୟକ ଅଟେ ’।