ପାଟନା: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ବା ଆରଏସଏସ ମୁଖ୍ୟ ମୋହନ ଭାଗବତ ରାଷ୍ଟ୍ରବାଦ ଶବ୍ଦର ବ୍ୟବହାର କରିବାକୁ ମନା କରିଛନ୍ତି । ରାଷ୍ଟ୍ରବାଦ ଶବ୍ଦର ଅର୍ଥ ନାଜି ବା ହିଟଲରର ରାଷ୍ଟ୍ରବାଦ ତେଣୁ ଏହାର ବ୍ୟବହାର ନକରାଯାଉ । ରାଞ୍ଚିର ମୋହରାବାଦୀ ଠାରେ ଆୟୋଜିତ ‘ସଂଘ ସମାଗମ’ରେ ଯୋଗ ଦେଇ ଏହି ଉଦବୋଧନା ଦେଇଛନ୍ତି ଆରଏସଏସ ମୁଖ୍ୟ ।
ସେ କହିଛନ୍ତି,‘ ରାଷ୍ଟ୍ରବାଦ ଶବ୍ଦର ବ୍ୟବହାର କରନ୍ତୁ ନାହିଁ । ନେସନ କୁହନ୍ତୁ, ନ୍ୟାସନାଲ କୁହନ୍ତୁ, ନ୍ୟାସନାଲିଟି କୁହନ୍ତୁ ମାତ୍ର ନ୍ୟାସନାଲିଜମ୍ କୁହନ୍ତୁ ନାହିଁ । ନ୍ୟାସନାଲିଜମର ଅର୍ଥ ହିଟଲର ନାଜିବାଦ’ । ଭାରତ ନିର୍ମାଣ ସମୟରେ ହିନ୍ଦୁଙ୍କ ବଳିଦାନ ସର୍ବୋପରି । ହିନ୍ଦୁ ନିଜ ଦେଶପ୍ରତି କର୍ତ୍ତବ୍ୟଶୀଳ ବୋଲି ସେ କହିଛନ୍ତି । ମୋହନ ଭାଗବତ ଏହାମଧ୍ୟ କହିଛନ୍ତି କି ହିନ୍ଦୁ ଭାରତର ସବୁ ଧର୍ମର ପ୍ରତିନିଧିତ୍ବ କରିଥାଏ ଓ ସମସ୍ତଙ୍କୁ ଗୋଟେ ସୂତ୍ରରେ ଯୋଡିଥାଏ ।