ଓଡିଶା

odisha

ETV Bharat / bharat

ଷ୍ଟେସନରୁ ଜବତ ହେଲା କୋଟିଏରୁ ଊର୍ଦ୍ଧ୍ବ ଟଙ୍କା, କିନ୍ତୁ ପୋଲିସର ହାତ ଖାଲି

ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନରୁ ଯୁବକଙ୍କ ଠାରୁ ଜବତ ହେଲା 1 କୋଟି 27 ଲକ୍ଷ ଟଙ୍କା। ଅଧିକ ତଦନ୍ତ କରୁଛି ଆୟକର ବିଭାଗ । ଅଧିକ ପଢନ୍ତୁ ..........

ମଧ୍ୟପ୍ରଦେଶ ଜବଲପୁର
ମଧ୍ୟପ୍ରଦେଶ ଜବଲପୁର

By

Published : Oct 9, 2020, 8:40 AM IST

ଭୋପାଳ: ଜବଲପୁର ରେଳ ଷ୍ଟେସନରେ ଯୁବକଙ୍କ ଠାରୁ ନଗଦ 1 କୋଟି 27 ଲକ୍ଷ ଟଙ୍କା ଜବତ ଘଟଣାରେ ଏପର୍ଯ୍ୟନ୍ତ ଆରପିଏଫର ହାତ ଖାଲି। ଜବତ ହୋଇଥିବା ଏତେ ପରିମାଣ ଟଙ୍କା କାହର ଓ କେଉଁ ଉଦ୍ଦେଶ୍ୟରେ ଚାଲାଣ ହେଉଥିଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ପୋଲିସ କିନ୍ତୁ ଏଘଟଣାରେ ଆଖିଦୃଶିଆ ସଫଳତା ପାଇପାରିନାହିଁ ।

ତେବେ ଆରପିଏଫ ଯୁବକଙ୍କ ଠାରୁ ଏତେ ପରିମାଣର ନଗଦ ଟଙ୍କା ଜବତ କରି ପ୍ରାଥମିକ ପଚରାଉଚରା ପରେ ଯୁବକଙ୍କୁ ଛାଡି ଦେଇଛି । ତେବେ ଜବତ ଟଙ୍କା ଓ ଚାନ୍ଦିକୁ ନେଇ ଅର୍ଥନୈତିକ କାରବାର ଦୃଷ୍ଟିରୁ ଜିଆରପି ଓ ଆୟକର ବିଭାଗ ଅଧିକ ତଦନ୍ତ ଜାରି ରଖିଛନ୍ତି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ଚୌଧୁରୀ ଟ୍ରେଡସର ଏକ ସାଖା ଜବଲପୁରରେ ଥିବା ଜଣା ପଡିଛି ଏବଂ ଗିରଫ ବ୍ୟକ୍ତି ଜଣଙ୍କ ସେହି ସଂସ୍ତାର ପରିଚାଳକ ବୋଲି ଜଣାପଡିଛି । ତାକୁ ପଚରାଉଚରା ପରେ ପୋଲିସ ଛାଡି ଦେଇଥିବା ବେଳେ ଜବତ ଟଙ୍କା ଓ ଚାନ୍ଦି ପୋଲିସ ନିକଟରେ ଅଛି । ତେବେ ଏହି ଜବତ ଟଙ୍କାର ପ୍ରକୃତ ହିତାଧିକାରୀ ଏବେ ପର୍ଯ୍ୟନ୍ତ ପୋଲିସ ନିକଟରେ ହାଜର ହୋଇନାହିଁ। ପୋଲିସ ହେପାଜତରୁ ଯିବା ପରେ ସମ୍ପୃକ୍ତ ଯୁବକ ମଧ୍ୟ ଫେରାର ହୋଇଯାଇଥିବା ଜଣାପଡିଛି । ଏତେ ପରିମାଣର ଅର୍ଥ ରାଶି କେଉଁ କେଉଁ ବ୍ୟକ୍ତିଙ୍କ ଠାରୁ ଓ କେଉଁ ଉଦ୍ଦେଶ୍ୟରେ ସଂଗ୍ରହ ହୋଇଥିଲା ତାକୁ ଆଧାର କରି ଏବେ ଆୟକର ବିଭାଗ ଅଧିକ ତଦନ୍ତ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details