ଓଡିଶା

odisha

ETV Bharat / bharat

କୋଏମ୍ବାଟୁରରେ ‘ରୋଜି ପେଲିକାନ’

କୋଏମ୍ବାଟୁରରେ ରୋଜି ପେଲିକାନ । ଗତ ଏକ ମାସ ତଳେ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ବିଦେଶୀ ପକ୍ଷୀକୁ ଆଣିଥିଲେ । ତେବେ ଏକ ମାସ ମଧ୍ୟରେ ଏହି ପକ୍ଷୀଟି ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି ।

By

Published : Aug 17, 2019, 9:15 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@ANI

କୋଏମ୍ବାଟୁର: କୋଏମ୍ବାଟୁରର ଭିଓସି ପାର୍କ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି ଏକ ବିଦେଶୀ ପକ୍ଷୀ । ଯାହାର ନାଁ ରହିଛି ରୋଜି ପେଲିକାନ । ତେବେ ଦୀର୍ଘ 14 ବର୍ଷ ପରେ ପୁନର୍ବାର ଏହି ପକ୍ଷୀଟିକୁ ଏଠାରେ ଦେଖିବାକୁ ମିଳିଛି ।

ଏହି ଚିଡ଼ିଆଖାନାର ନିର୍ଦ୍ଦେଶକ ଇ.ସେନ୍ଥିଲାନ୍ଥାନ କହିଛନ୍ତି ଯେ ନୂତନ ଭାବେ ଏହି ପକ୍ଷୀଟିକୁ ଏଠାକୁ ଅଣାଯାଇଛି । ଦୀର୍ଘ 14 ବର୍ଷ ପରେ ଚିଡ଼ିଆଖାନାକୁ ଏହି ପକ୍ଷୀକୁ ଅଣାଯାଇଛି । ତେବେ ସବୁଠାରୁ ଖୁସିର କଥା ହେଉଛି ଯେ ଗତ ଏକ ମାସ ତଳେ ଏହି ପକ୍ଷୀକୁ ଅଣାଯାଇଥିଲା । ଏକ ମାସ ମଧ୍ୟରେ ସେ ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି ।

ସେଥିମଧ୍ୟରୁ ଗୋଟିର ଅବସ୍ଥା ସଂକଟାପନ୍ନ ରହିଛି । ତା’ର ସ୍ବାସ୍ଥ୍ୟ ଉପରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ନଜର ରଖିଛନ୍ତି । ତେବେ ଶାବକମାନଙ୍କୁ ମା ପକ୍ଷୀଟି ଖାଇବାକୁ ଦେବ ବୋଲି ଚିଡ଼ିଆଖାନାର କର୍ତ୍ତୃପକ୍ଷଙ୍କ ବିଶ୍ବାସ ରହିଛି ।


ଏହା ସହିତ ମା' ପକ୍ଷୀଟି ଛୁଆ ଚଢେଇ ମାନଙ୍କୁ ଚାଲିବା, ପହଁରିବା ଓ ଉଡ଼ିବା ଶିଖାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଚଢେଇମାନଙ୍କୁ ଦେଖିବା ପାଇଁ ସ୍କୁଲ ପିଲାମାନଙ୍କ ଚିଡ଼ିଆଖାନାରେ ଭିଡ଼ ଜମୁଛି ।

ABOUT THE AUTHOR

...view details