ଓଡିଶା

odisha

ରୋହତାସ ଦୁଷ୍କର୍ମ ପ୍ରୟାସ ଘଟଣା: ଜେଲରୁ ବାହାରି ପୀଡିତାଙ୍କୁ ଗୁଳିମାଡ କଲେ ଅଭିଯୁକ୍ତ

By

Published : Dec 17, 2019, 1:31 PM IST

ବିହାରର ରୋହତାସ ଜିଲ୍ଲାରେ ଅଭାବନୀୟ ଘଟଣା । ଜଣେ ବାଳିକାଙ୍କୁ ଦୁଷ୍କର୍ମ ଚେଷ୍ଟା କରିବା ଉଦ୍ଦେଶ୍ୟରେ ଜେଲ ଯାଇଥିବା 4 ଅଭିଯୁକ୍ତ ଜେଲରୁ ବାହାରି ବାଳିକାଙ୍କ ଉପରେ ଗୁଳିମାଡ କରିଛନ୍ତି । ପୀଡିତା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

Rohatas rape case
ଜେଲରୁ ବାହାରି ପୀଡିତାଙ୍କୁ ଗୁଳିମାଡ

ପାଟନା: ବିହାରର ରୋହତାସ ଜିଲ୍ଲାରେ ଅଭାବନୀୟ ଘଟଣା । ଜଣେ ବାଳିକାଙ୍କୁ ଦୁଷ୍କର୍ମ ପ୍ରୟାସ କରିବା ଉଦ୍ଦେଶ୍ୟରେ ଜେଲ ଯାଇଥିବା 4 ଅଭିଯୁକ୍ତଙ୍କର ପୁଣି ନାରକୀୟ କାଣ୍ଡ । ଅଭିଯୁକ୍ତମାନେ ଜାମିନରେ ଫେରିବା ପରେ ଉକ୍ତ ପୀଡିତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବର୍ତ୍ତମାନ ପୀଡିତା ଗୁରୁତର ଅବସ୍ଥାରେ ଏନଏମସିଚ ମେଡିକାଲରେ ଭର୍ତ୍ତି ଅଛନ୍ତି ।


ସୂଚନା ଥାଉକି, ରବିବାର ଉକ୍ତ ବାଳିକାଙ୍କୁ 4 ଯୁବକ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲେ । ଏନେଇ ପୀଡିତା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାର ଯୁବକମାନେ ଜେଲରୁ ଜାମିନରେ ଆସି ବାଳିକାଙ୍କ ଉପରେ ଗୁଳି ମାରିଛନ୍ତି । ଆଜି ଭୋର 3ଟାବେଳେ ବାଳିକା ଜଣକ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ । ଠିକ ସେତିକି ବେଳେ ତାଙ୍କ ଉପରେ ଗୁଳି ମାଡ ହୋଇଛି ।


ପୀଡିତାଙ୍କ ଗଳାରେ ଗୁଳି ବାଜିଥିବାବେଳେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେପଟେ ତାଙ୍କ ଉପରେ ଏପରି ଆକ୍ରମଣ ହେବା ନେଇ ଅଭିଭାବକ ଚିନ୍ତାରେ । ପୀଡିତାଙ୍କ ପରିବାର ପାଖରେ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥରାଶି ନାହିଁ । ତଥାପି ନ୍ୟାୟ ପାଇଁ ଦାବି କରିଛନ୍ତି । ସେପଟେ ଏହି ଘଟଣାରେ ସ୍ଥାନୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ABOUT THE AUTHOR

...view details