ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ଉପରେ ଚାଲିଛି ବିଚାର । ଏହି ମଧ୍ୟରେ ସେ ସିବିଆଇ ଅଦାଲତରୁ ବିଦେଶ ଯିବାପାଇଁ ମାଗିଛନ୍ତି ଅନୁମତି । ଭଦ୍ରା ବୁଧବାର ଅଦାଲତରେ ଗଙ୍ଗାରାମ ହସ୍ପିଟାଲର ମେଡିକାଲ ସାର୍ଟିଫିକେଟ ଦାଖଲ କରିଛନ୍ତି । ସେ ଲେଖିଛନ୍ତି ତାଙ୍କ ଶରୀରରେ ଏକ ବଡ ଟ୍ୟୁମର ରହିଛି । ଯାହାର ଚିକିତ୍ସା ପାଇଁ ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି ।
ଟ୍ୟୁମର ଯନ୍ତ୍ରଣା, ଲଣ୍ଡନ ଯିବାକୁ ସୋନିଆ ଜାମାତଙ୍କ ଆବେଦନ - permission
ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ବୁଧବାର ଅଦାଲତରେ ଗଙ୍ଗାରାମ ହସ୍ପିଟାଲର ମେଡିକାଲ ସାର୍ଟିଫିକେଟ ଦାଖଲ କରିଛନ୍ତି । ସେ ଲେଖିଛନ୍ତି ଏକ ବଡ ଟ୍ୟୁମରରେ ସେ ପୀଡ଼ିତ ଅଛନ୍ତି । ଯାହାର ଚିକିତ୍ସା ପାଇଁ ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି ।
ଫାଇଲ ଫଟୋ
ଏଠାରେ ସୂଚନାଯୋଗ୍ୟ, ରବର୍ଟ ଭଦ୍ରାଙ୍କ ପାସପୋର୍ଟ ଏବେ ଅଦାଲତଙ୍କ ପାଖରେ ରହିଛି । ଏମିତିରେ ସେ ମେଡିକାଲ ସାର୍ଟିଫିକେଟ ଦାଖଲ କରି ଅଦାଲତଠାରୁ ତାଙ୍କ ପାସପୋର୍ଟ ରିଲିଜ କରିବା ପାଇଁ ଆବେଦନ କରିଛନ୍ତି । ତେବେ ଇଡି ପକ୍ଷରୁ ରବର୍ଟଙ୍କ ଏହି ଆବେଦନକୁ ବିରୋଧ କରାଯାଇଛି । ଏନେଇ ଅଦାଲତ ଆସନ୍ତା ଜୁନ 3ରେ ଏହାର ଶୁଣାଣି କରିବା ନେଇ ସୂଚନା ଦେଇଛନ୍ତି ।
ଏବେ ରବର୍ଟ ଭଦ୍ରା ଅନ୍ତରୀଣ ଜାମିନରେ ଅଛନ୍ତି । ତାଙ୍କୁ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯିବାର ଅନୁମତି ଦିଆଯାଇନାହିଁ ।