ଲକ୍ଷ୍ନୌ: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ଭୂମି ପୂଜନ ସରିଛି, କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ ବିବାଦ ଶେଷ ହୋଇନାହିଁ। ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେଉଁଥିରେ ସମ୍ଭଲ ସାଂସଦ ଶଫିକୁରହମାନ ବର୍କ, ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ସଚିବ ମୌଲାନା ମହମ୍ମଦ ବଲି ରହମାନି ସମେତ ଅନ୍ୟମାନଙ୍କ ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରିଥିବା ଅଭିଯୋଗ ହୋଇଛି।
ଏହି ଆବେଦନରେ ସମାଜବାଦୀ ପାର୍ଟି ସାଂସଦ ଶଫିକୁରହମାମାନ, ମହମ୍ମଦ ରହମାନି, ସାଜିଦ ରଶିଦିଙ୍କ ବିରୋଧରେ ଅବମାନନା ଅଭିଯୋଗ ହୋଇଛି। ଆଡଭୋକେଟ ନବୀନ ଜିନ୍ଦଲ କହିଛନ୍ତି ଯେ, ଏହି ଲୋକମାନେ ଟ୍ବିଟ କରି ଗଣମାଧ୍ୟମରେ ଏକ ବିବୃତ୍ତି ଦେଇଛନ୍ତି ଯେ ସରକାର ସୁପ୍ରିମକୋର୍ଟଙ୍କ ପକ୍ଷପାତିତା କରିଛନ୍ତି।
ଏଭଳି ଏକ ପିଟିସନରେ ଆବେଦନକାରୀ କହିଛନ୍ତି ଯେ, ଏସପି ସାଂସଦ ଏବଂ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ତାଙ୍କ ବିବୃତ୍ତି ଏବଂ ଟ୍ବିଟ୍ ଜରିଆରେ ରାମଲାଲା, ତାଙ୍କ ସମ୍ପତ୍ତି, ହିନ୍ଦୁ ସମ୍ପ୍ରଦାୟ ଏବଂ ପୂଜା ସ୍ଥାନ ପ୍ରତି ଘୃଣା ଏବଂ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି।
ସୂଚନା ରହିଛିଯେ, ରାମ ମନ୍ଦିରର ଭୂମି ପୂଜା ପରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦକୁ ନେଇ ବିବାଦ ରହିଛି। ନିକଟରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି ଯେଉଁଥିରେ ମସଜିଦ ପାଇଁ ସ୍ଥାପିତ ଟ୍ରଷ୍ଟରେ ସରକାରଙ୍କ ପ୍ରତିନିଧିତ୍ୱ ରହିବା ଉଚିତ ବୋଲି କୁହାଯାଇଛି ।
ଏହି ଆବେଦନରେ ଟ୍ରଷ୍ଟ ଓ ମୁସଲିମ ବୋର୍ଡର ସଦସ୍ୟଙ୍କ ଦ୍ବାରା ଅନେକ ବୟାନବାଜି କରାଯାଇଛି । ଅନେକ ଲୋକ ବୟାନ ଦେଇଛନ୍ତି ଯେ, ଅଯୋଧ୍ୟାରେ ବାବ୍ରି ମସଜିଦ ଅଛି ଏବଂ ରହିବ। ଯାହା ପରଠାରୁ ବିବାଦ ଆରମ୍ଭ ହୋଇଛି।