ବାରିପଦା: ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମହିଳା ଦିବସରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ମୃତ୍ୟୁଞ୍ଜୟ ସେନାପତି।
ପ୍ରଧ୍ୟାପିକା ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ଦେବେ ପଦ୍ମଶ୍ରୀ ସମ୍ମାନ। ସାନ୍ତାଳୀ ଭାଷାରେ ରିସର୍ଚ୍ଚ, ସାନ୍ତାଳୀ ସାହିତ୍ୟର କବି, ଲେଖିକା ତଥା ଗବେଷିକା ଭାବେ ସୁନାମ ଅର୍ଜନ କରିଥିବାବେଳେ ଓଡ଼ିଆ ଭାଷାରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି। ପିଲାଟି ଦିନରୁ ସାନ୍ତାଳୀ ଭାଷା ତଥା ଓଡ଼ିଆ ଭାଷାରେ ସେ ଲେଖା ଆରମ୍ଭ କରିଥିଲେ ହେଁ ନିଜ ବାହାଘର ପରେ ତାଙ୍କର ପୁସ୍ତକ ପ୍ରକାଶନ ହୋଇ ପାରିଥିଲା ବୋଲି କହିଛନ୍ତି ଡ଼ଃ ଦମୟନ୍ତୀ ବେଶ୍ରା ।
ତେବେ ତାଙ୍କର ଏହି ସଫଳତା ପାଇଁ ନିଜ ପରିବାର ସହ ନିଜ ସ୍ବାମୀଙ୍କ ଅବଦାନ ରହିଥିବା ସେ କହିଛନ୍ତି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟରେ ମହିଳା ଭାବେ ଜନ୍ମ ନେଇ ଥିବାରୁ ଜୀବନରେ ସଂଘର୍ଷ ଅଧିକା କରିବାକୁ ପଡିଛି ବୋଲି କହିଛନ୍ତି ସେ । ଅନ୍ୟପକ୍ଷେ ଏବେ ନାରୀ ନିଜକୁ ଦୁର୍ବଳ ନ ଭାବି ଆଗକୁ ବଢ଼ିବା ଦରକାର ବୋଲି କହିଛନ୍ତି ସେ। ଡ଼ଃ ଦମୟନ୍ତୀ ବେଶ୍ରା ଭବିଷ୍ୟତରେ କ’ଣ କରିବେ ଚିନ୍ତା ନ କରି ବର୍ତ୍ତମାନକୁ ନେଇ ବଞ୍ଚିବାରେ ବିଶ୍ବାସ ରଖନ୍ତି ।