ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପାକିସ୍ତାନ ଆତଙ୍କୀ କ୍ୟାମ୍ପରେ କରିଥିଲା ଏୟାର ଷ୍ଟ୍ରାଇକ । ଏୟାର ଷ୍ଟ୍ରାଇକରେ ଜୈଶ-ଇ-ମହମ୍ମଦର ଆତଙ୍କୀ ପ୍ରଶିକ୍ଷଣ ଶିବିର ଧ୍ବଂସ ହେବା ସହ ବହୁ ଆତଙ୍କୀ ନିହତ ହେବାର କରାଯାଇଥିଲା ଦାବି । ଅନ୍ୟପକ୍ଷେ ଏହି ଦାବିକୁ ଖାରଜ କରିଛି ବିଶ୍ବର ପ୍ରତିଷ୍ଠିତି ନ୍ୟୁଜ୍ ଏଜେନ୍ସି ରଏଟର୍ସ ।
ଏୟାର ଷ୍ଟ୍ରାଇକରେ ଧ୍ବଂସ ହୋଇନି ଆତଙ୍କୀ କ୍ୟାମ୍ପ ! - madrasa
ରଏଟର୍ସର ରିପୋର୍ଟ ଅନୁସାରେ ପିଓକେ ବାଲାକୋଟ ସ୍ଥିତ ଯେଉଁ ଆତଙ୍କୀ କ୍ୟାମ୍ପରେ ଭାରତ ଏୟାର ଷ୍ଟ୍ରାଇକ କରିଥିଲା ସେହି କ୍ୟାମ୍ପରେ କୌଣସି କ୍ଷତି ପହଞ୍ଚି ନାହିଁ । ଏହାର ବିଲ୍ଡିଂ ସୁରକ୍ଷିତ ରହିଛି । ଗୁରୁବାର ରଏଟର୍ସର ଟିମ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟିଂ କରି ଦାବି କରିଛି ଯେ ସେମାନେ ୧୦୦ ମିଟର ଦୂରରୁ ନିରୀକ୍ଷଣ କରିଛନ୍ତି ଓ ଏହା ସୁରକ୍ଷିତ ରହିଛି ।

ଅନ୍ୟପକ୍ଷେ ବୁଧବାର ମଧ୍ୟ ରଏଟର୍ସ ସେଟଲାଇଟ ଫଟୋ ଜାରି କରି ଦାବି କରିଥିଲା ଯେ ଏହି ଏୟାର ଷ୍ଟ୍ରାଇକରେ ଆତଙ୍କୀ କ୍ୟାମ୍ପ ଧ୍ବଂସ ହୋଇ ନଥିଲା । ରିପୋର୍ଟ ଅନୁସାରେ ଆତଙ୍କୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମଦରସେ ବାଲାକୋଟ ସ୍ଥିତ ଜାୱା ଗାଁର ଏକ ପାହାଡ ଉପରେ ନିର୍ମାଣ କରାଯାଇଛି । ବାହାରରୁ ଦେଖିବାରୁ ଏହି କୋଠାରେ କୌଣସି କ୍ଷତି ପହଞ୍ଚି ନାହିଁ । ଏହାର ଆଖପାଖରେ ପାକିସ୍ତାନ ସେନାର କଡା ପ୍ରହରୀ ଥିଲା । ରଏଟର୍ସ ଟିମକୁ ସୁରକ୍ଷାକର୍ମୀମାନେ ଜୈଶ ସମ୍ବନ୍ଧରେ କିଛି କହି ନଥିଲେ । ସେମାନେ ଭାରତର ଏୟାର ଷ୍ଟ୍ରାଇକ ଉପରେ କହିଛନ୍ତି ଯେ ଏହି ଷ୍ଟ୍ରାଇକରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।