ଓଡିଶା

odisha

ETV Bharat / bharat

ଅବସରପ୍ରାପ୍ତ ନୌସେନା ଯବାନଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଶିକ୍ଷକ ଗିରଫ

ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଲା ଏକ ଚାଞ୍ଚଲ୍ୟକର ଘଟଣା । ମହାନଗର ନିଗମର ଦ୍ଵାରକା ଅଞ୍ଚଳରେ ରବିବାର ରାତିରେ ଭାରତୀୟ ନୌସେନାର ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅଭିଯୁକ୍ତ ଶିକ୍ଷକ ଗିରଫ । ଅଧିକ ପଢନ୍ତୁ...

By

Published : Sep 21, 2020, 2:24 PM IST

Retired Indian Navy soldier shot dead in Delhi, accused teacher arrested
ଅବସରପ୍ରାପ୍ତ ନୌସେନା ଯବାନଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଶିକ୍ଷକ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଲା ଏକ ଚାଞ୍ଚଲ୍ୟକର ଘଟଣା । ମହାନଗର ନିଗମର ଦ୍ଵାରକା ଅଞ୍ଚଳରେ ରବିବାର ରାତିରେ ଭାରତୀୟ ନୌସେନାର ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଏହା ସହିତ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ୫୫ ବର୍ଷ ବୟସ୍କ ବଳରାଜ ଦେଶବାଲ । ସେ ନୌସେନାର ଅବସରପ୍ରାପ୍ତ ଯବାନ ଥିଲେ । ବର୍ତ୍ତମାନ ସେ ପ୍ରପର୍ଟି ଡିଲର ଭାବରେ କାର୍ଯ୍ୟ କରୁଥିଲେ। ଗିରଫ ଅଭିଯୁକ୍ତ ହେଲା ପ୍ରଦୀପ ଖୋଖର । ସୂଚନା ଅନୁଯାୟୀ, ପାରସ୍ପରିକ ବିବାଦ ଯୋଗୁଁ ପ୍ରଦୀପ ବଳରାଜ ଦେଶବାଲଙ୍କୁ ଗୁଳି କରିଥିଲା । ତେବେ ଅଭିଯୁକ୍ତ ଲାଇସେନ୍ସ ଥିବା ପିସ୍ତଲରୁ ଗୁଳି ମାରିଥିବା ବେଳେ ସେ ହରିୟାଣାରେ ଶିକ୍ଷକତା କରୁଥିବା ଜଣାପଡ଼ିଛି । ରାଜଧାନୀ ଦିଲ୍ଲୀରେ ଅପରାଧିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ସେପ୍ଟେମ୍ବର ୭ ତାରିଖରେ କିନ୍ନରଙ୍କ ଗୁରୁ ଏକତା ଯୋଡ଼ିଙ୍କୁ ଗୁଳି କରି ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଥିଲା ।

ସୂଚନା ଅନୁଯାୟୀ, ଜିଟିଵି ଏନକ୍ଳେଭ ସ୍ଥିତ ଜନତା ଫ୍ଲାଟରେ କିଛି ଦୁର୍ବୃତ୍ତ ଏକତା ଯୋଶୀଙ୍କୁ ଗୁଳି କରିଥିଲେ । ଏଥିରେ ଗମ୍ଭୀର ଆହତ ହୋଇଥିବା ଯୋଶୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସୂଚନା ଅନୁଯାୟୀ, ଦୁର୍ବୃତ୍ତ ତାଙ୍କ ଉପରକୁ ୪ଟି ଗୁଳି ମାରି ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ସିସିଟିଭି ଆଧାରରେ ମାମଲାର ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details