ଓଡିଶା

odisha

ETV Bharat / bharat

ଲୋକସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ଆଗତ - ଧାରା 370

ଲୋକସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ଆଗତ । ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ଆଗତ ହୋଇଛି। ଏହା ସହ ଧାରା 370ର ଉଚ୍ଛେଦ ନେଇ ମଧ୍ୟ ବିଲ୍‌ ଆଗତ ହୋଇଛି ।

ଫାଇଲ ଫଟୋ

By

Published : Aug 6, 2019, 12:27 PM IST

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ଆଗତ ହୋଇଛି । ଏହା ସହ ଧାରା 370କୁ ଉଚ୍ଛେଦ ନେଇ ମଧ୍ୟ ବିଲ୍‌ ଆଗତ ହୋଇଛି । ଗୃହମନ୍ତ୍ରୀ ଅମିତ୍‌ ଶାହ ଏହି ବିଲ୍‌ ଲୋକସଭାରେ ଆଗତ କରିଛନ୍ତି ।

ଗତକାଲି ଏହି ବିଲ୍‌ ରାଜ୍ୟସଭାରେ ପାରିତ ହେବା ପରେ ଆଜି ଲୋକସଭାରେ ଆଗତ ହୋଇଛି । ତେବେ ଏହି ବିଲ୍‌ ଉପରେ ଆଲୋଚନା ଚାଲିଛି । ସଂସଦରେ ଏହି ପାରିତ ହେବା ପରେ ଅନ୍ୟ ରାଜ୍ୟ ପରି ଜମ୍ମୁ-କାଶ୍ମୀରରେ ମଧ୍ୟ ଗୋଟିଏ ସମ୍ବିଧାନ ଲାଗୁ ହେବ । ଏହା ସହ ଜମ୍ମୁ-କଶ୍ମୀର ରାଜ୍ୟର ମାନ୍ୟତା ହରାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ । ଲଦାଖ ଓ ଜମ୍ମୁ-କାଶ୍ମୀର ଏଭଳି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ । ଜମ୍ମୁ-କାଶ୍ମୀରରେ ବିଧାନସଭା ରହିବ ମାତ୍ର ଲଦାଖରେ ରହିବ ନାହିଁ ।

ABOUT THE AUTHOR

...view details