ଓଡିଶା

odisha

ETV Bharat / bharat

ମମତାଙ୍କ ଇସ୍ତଫା ଖାରଜ

2019 ଲୋକସଭା ନିର୍ବାଚନରେ ହାରିବା ପରେ ମୁଖ୍ୟମନ୍ତ୍ରୀ ଗାଦି ଛାଡିବା ପାଇଁ କହିଛନ୍ତି ଟିଏମସି ମୁଖିଆ ମମତା ବାନାର୍ଜୀ। ମାତ୍ର ଏହାକୁ ଦଳ ପକ୍ଷରୁ ଗ୍ରହଣ କରାଯାଇନାହିଁ।

By

Published : May 25, 2019, 6:03 PM IST

ଫଟୋ ସୌଜନ୍ୟ: ଟ୍ୱିଟର @ANI

କୋଲକାତା: ଚଳିତ ଲୋକସଭା ନିର୍ବାଚନରେ ବିଜେପି ବିରୋଧି ଦଳଙ୍କୁ ମିଳିଛି ଜୋରଦାର ଝଟକା । କେତେକଙ୍କ ଅବସ୍ଥା ନିର୍ବାଚନୀ ଫଳାଫଳ ଆସିବା ପରେ ହୋଇପଡିଛି ବେହାଲ । ଏହି ଦଳଙ୍କ ମଧ୍ୟରେ ରହିଛି ପଶ୍ଚିମବଙ୍ଗରେ କ୍ଷମତାସୀନ ଥିବା ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ।


2019 ଲୋକସଭା ନିର୍ବାଚନରେ ଜୋରଦାର ଝଟକା ଖାଇଛି ଟିଏମସି । ଦଳର ଏହି ବିପର୍ଯ୍ୟୟ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଜଣାଇ ଦେଇଛନ୍ତି ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମାତ୍ର ଏହା ଖାରଜ ହୋଇଯାଇଛି। ଦଳ ପକ୍ଷରୁ ଏହାକୁ ଗ୍ରହଣ କରାଯାଇନାହିଁ।

ABOUT THE AUTHOR

...view details