ଓଡିଶା

odisha

ETV Bharat / bharat

ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ରାହୁଲଙ୍କ ‘ନ୍ୟାୟ’ ! - Congress

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଗତ ଦିନରେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା ସମ୍ବନ୍ଧରେ ଘୋଷଣା କରିଥିଲେ । କଂଗ୍ରେସ କ୍ଷମତାରେ ଆସିଲେ ୫ କୋଟି ଗରିବ ପରିବାରଙ୍କୁ ମାସିକ ୬ ହଜାର ଓ ବର୍ଷକୁ ୭୨ ହଜାର ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ବୋଲି ଘୋଷଣା କରାଯାଇଛି । ଯାହାକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି ।

ଫାଇଲ ଫଟୋ

By

Published : Mar 28, 2019, 9:16 PM IST

ନୂଆଦିଲ୍ଲୀ: କ୍ଷମତା ହାସଲ ପାଇଁ ବିଭିନ୍ନ ଆକର୍ଷଣୀୟ ଯୋଜନା ଘୋଷଣା କରିଥାଏରାଜନୈତିକ ଦଳ। ଏହି ଯୋଜନାଗୁଡିକ ବିଶେଷକରି ସମାଜର ଶୋଷିତ, ଅବହେଳିତ ତଥା ଗରିବ ବର୍ଗଙ୍କ ପାଇଁ ହୋଇଥାଏ । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେବା ଓ ବିଭିନ୍ନ ଲୋକ ଆକର୍ଷଣୀୟ ଘୋଷଣା କରି କ୍ଷମତାକୁ ଆସିଥିଲେ ।

ବର୍ତ୍ତମାନ କଂଗ୍ରେସ ମଧ୍ୟ ସେହି ଅନୁରୂପ ଘୋଷଣା କରିବା ଆରମ୍ଭ କରିଦେଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଗତ ଦିନରେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା ସମ୍ବନ୍ଧରେ ଘୋଷଣା କରିଥିଲେ । କଂଗ୍ରେସ କ୍ଷମତାରେ ଆସିଲେ ୫ କୋଟି ଗରିବ ପରିବାରଙ୍କୁ ମାସିକ ୬ ହଜାର ଓ ବର୍ଷକୁ ୭୨ ହଜାର ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ବୋଲି ଘୋଷଣା କରାଯାଇଛି । ଯାହାକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି । ଏହି ଯୋଜନା ଲାଗୁ କରିବା ପାଇଁ ସରକାର ଟଙ୍କା କେଉଁଠୁ ପାଇବେ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ଏହି ଯୋଜନା ଲାଗୁ କରିବା ସମ୍ଭବ ବୋଲି ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ।

ଅନ୍ୟପକ୍ଷେ ସବର୍ଣ୍ଣଙ୍କ ପାଇଁ ମୋଦି ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ଯୋଜନା ଓ କଂଗ୍ରେସର ନ୍ୟାୟ ଯୋଜନା ସମ୍ପର୍କରେ ଦୁନିଆର ପ୍ରସିଦ୍ଧ ଗବେଷଣା ସଂସ୍ଥା 'ଦ ୱର୍ଲ ଇନଇକ୍ବଲିଟି ଲ୍ୟାବ' ତୁଳନାତ୍ମକ ଅଧ୍ୟୟନ କରିଛି । ଏହି ଅଧ୍ୟୟନରେ କୁହାଯାଇଛି ଯେ କଂଗ୍ରେସର ନିମ୍ନତମ ଆୟ ଗ୍ୟାରେଣ୍ଟି ଯୋଜନା(ନ୍ୟାୟ) ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଅନ୍ୟପକ୍ଷେ ବିଜେପିର ୧୦ ପ୍ରତିଶତ ସବର୍ଣ୍ଣ ସଂରକ୍ଷଣ ଯୋଜନାର ଲାଭ କେବଳ ଧନୀ ଲୋକ ଉଠାଇ ପାରିବେ ।

ଏହି ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ସାମାଜିକ ଖର୍ଚ୍ଚ ବହୁତ କମ ହୋଇଥାଏ । ଅନ୍ୟପକ୍ଷେ ଆର୍ଥିକ ଅସମାନତା ବହୁତ ଅଧିକ ରହିଛି । ବର୍ତ୍ତମାନ ଯାଏ ଥିବା ସରକାର ଉଦାସୀନ ଭାବେ କାମ କରିଛନ୍ତି । ତେଣୁ ଆଗାମୀ ସରକାରକୁ ଏହି ଅସମାନତା ଦୂର କରିବା ପାଇଁ କାମ କରିବାକୁ ପଡିବ । ରିପୋର୍ଟ ଅନୁସାରେ ୮୦ ଦଶକରୁ ଦେଶର ୦.୧ ପ୍ରତିଶତ ଧନୀ ପାଖରେ ଦେଶର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟାର ସମ୍ପତ୍ତି ରହିଆସୁଛି । କଂଗ୍ରେସର ନ୍ୟାୟ ଯୋଜନା ଦ୍ବାରା ଦେଶର ଜିଡିପିରେ ୧.୩ ପ୍ରତିଶତ ବୋଝ ପଡିବ । କିନ୍ତୁ ସମାଜର ୩୩ ପ୍ରତିଶତ ଗରିବ ପରିବାରଙ୍କ ପାଇଁ ଆର୍ଥିକ ଉନ୍ନତିର କାମ କରିବ ।

ABOUT THE AUTHOR

...view details