ହାଇଦ୍ରାବାଦ: ଚାଇନାର ସର୍ଟ ଭିଡିଓ ମେକିଙ୍ଗ୍ ଆପ୍ ଟିକ୍-ଟକ୍ । ଏହି ଆପର ଡାଟା ଗୋପନୀୟତାକୁ ନେଇ ସବୁବେଳେ ବିବାଦ ଦେଖାଦିଏ । ନିକଟରେ ଆପଲ୍ ଟିକ୍ ଟକ୍ ଉପରେ ଜାସୁସି କରୁଥିବାର ଅଭିଯୋଗ ଆଣିଥିଲା । ଏହାସହ ବର୍ତ୍ତମାନ 53ଟି ମୋବାଇଲ୍ ଆପ୍ ଚିହ୍ନଟ ହୋଇଛି । ଯାହା ଆଇଓଏସ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରିପାରେ । ଏଥିମଧ୍ୟରେ ପବଜି ଏବଂ ଟ୍ରୁ କଲର୍ ଭଳି ଆପ୍ ମଧ୍ୟ ଅନ୍ତର୍ଭୁକ୍ତ । ଯାହାର ସୂଚନା ଦେଇଛି ଆର୍ସ ଟେକ୍ନିକା ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ।
ଏହି ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ଏହି 53ଟି ଆପ୍ ତାଲାଲ୍ ହଜ୍ ଏବଂ ଟମି ମିସ୍କ ନାମକ ଦୁଇ ଗବେଷକଙ୍କ ଦ୍ବାରା ଚିହ୍ନଟ କରାଯାଇଥିଲା । ଏହି 53ଟି ମୋବାଇଲ୍ ଆପ୍ ଆଇଫୋନ୍ ବ୍ୟବହାରକାରୀଙ୍କ କ୍ଲିପବୋର୍ଡରେ ଉପଲବ୍ଧ ସୂଚନା ଉପରେ ନଜର ରଖୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଆହୁରି ମଧ୍ୟ ଏହି ଆପ୍ସ ୟୁର୍ଜସଙ୍କ ଆଇଡି ଏବଂ ପାସୱାର୍ଡ ପରି ସମ୍ବେଦନଶୀଳ ସୂଚନା ମଧ୍ୟ ଚୋରି କରିପାରେ ।
ଏହି ଗେମିଂ ଆପ୍ କରିଥାଏ ଜାସୁସି
8 ବଲ୍ ପୁଲ୍, ଅମାଜେ, ବେଜେୱେଲଡ୍, ବ୍ଲକ୍ ପଜଲ୍, କ୍ଲାସିକ୍ ବେଜେୱେଲଡ୍, କ୍ଲାସିକ୍ ବେଜେୱେଲଡ୍ ଏଚଡି, ଫ୍ଲିପ୍ ଗ ଗନ, ଫ୍ରୁଟ ନିଞ୍ଜା, ଗଲ୍ଫମାଷ୍ଟର୍ସ, ଲେଟର ସୁପ୍, ଲଭ୍ ନିକ୍କି, ମାଇ ଏମା, ପ୍ଲାନେଟ୍ ବନାମ ଜୋମ୍ବୀ ହିରୋଜ, ପୁକିଂ, ପବଜି ମୋବାଇଲ୍, ଟୋଟାଲ୍ ପାର୍ଟି କିଲ୍ ଏବଂ ୱାଟରମାର୍ଲିଂ ଇତ୍ୟାଦି ।