ଓଡିଶା

odisha

ETV Bharat / bharat

‘ଧାରା 370 ଉଚ୍ଛେଦ କରି ସବୁଠୁ ବଡ କଣ୍ଟା ହଟାଇଲେ ସରକାର’ - ରାଜସ୍ଥାନ

କାଶ୍ମୀର ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତି ଜନହିତକର ଅଟେ । ଏହାକୁ ଖୁସିର ସହକାରେ ସ୍ବୀକାର କରିବା ପାଇଁ ଅଜମେର ଦରଗାହର ଦିବାନ ଓ ମୁସଲିମ ଧର୍ମଗୁରୁ ସୈୟଦ ଜୈନୁଲ ସମସ୍ତ କାଶ୍ମୀରବାସୀଙ୍କୁ ଅପିଲ କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 6, 2019, 7:25 PM IST

Updated : Aug 6, 2019, 7:33 PM IST

ଜୟପୁର: ଜମ୍ମୁ କଶ୍ମୀରରେ ଧାରା 370 ଉଚ୍ଛେଦକୁ ନେଇ ସାରା ଦେଶରେ ଖୁସିର ଲହରୀ । ଏହି ସମୟରେ ରାଜସ୍ଥାନ ଅଜମେର ଦରଗାହର ଦିବାନ ଓ ମୁସଲିମ ଧର୍ମଗୁରୁ ସୈୟଦ ଜୈନୁଲ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ନିଷ୍ପତ୍ତି କହିବାସହ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଦେଶ ହିତ ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କାଶ୍ମୀରବାସୀ ସ୍ବୀକାର କରିବାକୁ ଅପିଲ କରିଛନ୍ତି ।

ସେ ଆହୁରି କହିଛନ୍ତି ସରକାରଙ୍କ 35(A) ଓ ଧାରା 370 ଉଚ୍ଛେଦ ନିଷ୍ପତ୍ତି ଯୋଗୁଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ପ୍ରଂଶସାର ପାତ୍ର ଅଟନ୍ତି । 70 ବର୍ଷ ଧରି ଅଟକି ରହିଥିବା ମାମଲାର ଏବେ ସମାଧାନ ହୋଇଛି । ଆମେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଉଛୁ । ବିଶ୍ବରେ ଲଦାଖକୁ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ମଧ୍ୟ ବହୁତ ଭଲ । ଏହା ଦ୍ବାରା ରୋଜଗାରର ପନ୍ଥା ଖୋଲିଗଲା । ଦେଶବାସୀ ଏହି ସୁବିଧାର ଉପଯୋଗ କରନ୍ତୁ ।

ଜମ୍ମୁ କାଶ୍ମୀରବାସୀ କୌଣସି ଷଡଯନ୍ତ୍ରରେ ସାମିଲ ନହୋଇ ଏହାକୁ ସ୍ବୀକାର କରନ୍ତୁ । ତେବେ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ବାରା ଲୋକଙ୍କୁ ଭଲ ରୋଜଗାର ଆଉ ଶିକ୍ଷା ମିଳିବ । ଯାହା ଦେଶ ପାଇଁ ଗର୍ବର କଥା ଅଟେ । ସରକାର ଏହି ଧାରା ହଟାଇ ଦେଶର ସବୁଠୁ ବଡ କଣ୍ଟା ହଟାଇଦେଇଥିବା ସେ କହିଛନ୍ତି ।

Last Updated : Aug 6, 2019, 7:33 PM IST

ABOUT THE AUTHOR

...view details