ଓଡିଶା

odisha

ETV Bharat / bharat

ଶସ୍ତା ହେବ କ୍ୟାନସର ଔଷଧ

ଶସ୍ତା ହେବ କ୍ୟାନସର ଔଷଧ। ଏନେଇ ବୁଧବାର ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ(NPA) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

By

Published : Feb 28, 2019, 11:03 AM IST

Updated : Feb 28, 2019, 11:34 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଶସ୍ତା ହେବ କ୍ୟାନସର ଔଷଧ । କ୍ୟାନସର ରୋଗକୁ ମୁକାବିଲା କରିବା ପାଇଁ ବଜାରରେ ମିଳୁଥିବା ଔଷଧର ଦର ନିୟନ୍ତ୍ରଣ ହେବ । ଏନେଇ ବୁଧବାର ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ(NPA) ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ବଜାରରେ ଉପଲବ୍ଧ ଥିବା ପ୍ରାୟ 42 ପ୍ରକାର ଔଷଧର ଦର ଶସ୍ତା ହେବ ।


ଏନପିଏ କ୍ୟାନସର, ମଧୁମେହ, ରକ୍ତଚାପ, ସଂକ୍ରମଣ, ଦେହର ପୀଡା ସହିତ 36 ପ୍ରକାର ଔଷଧର ଦର ନିୟନ୍ତ୍ରଣ ପାଇଁ ଆଦେଶ ଦେଇଛନ୍ତି । ତେବେ ଆସନ୍ତା 8 ତାରିଖରୁ ନୂଆ ଦର ଲାଗୁ ହେବ । ବଜାରରେ ନୂତନ ଦରର ଔଷଧ ଉପଲବ୍ଧ କରିବା ପାଇଁ ସରକାର ଔଷଧ ନିର୍ମାତା କମ୍ପାନୀ ଗୁଡିକୁ 7 ଦିନର ସମୟ ଦେଇଛନ୍ତି । ଏଥିସହ ଏହାର ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଦେଶରୁ ଅନେକ ଲୋକ ବର୍ତ୍ତମାନ କ୍ୟାନସର ରୋଗରେ ପୀଡିତ । ତେଣୁ କ୍ୟାନସର ଔଷଧ ନିର୍ମାତା କମ୍ପାନୀ ଗୁଡିକ ଔଷଧ ଗୁଡିକୁ ଚଢା ଦରରେ ବିକ୍ରି କରୁଛନ୍ତି । ଯାହା ଫଳରେ ସାଧାରଣଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Last Updated : Feb 28, 2019, 11:34 AM IST

ABOUT THE AUTHOR

...view details