ଓଡିଶା

odisha

ETV Bharat / bharat

ମୋଦିଙ୍କ ସହ ସମୀକ୍ଷା ବୈଠକକୁ ମନାକଲେ ଦିଦି

ମୋଦି-ଦିଦି କଳିରେ ‘ଫନି’ ପୀଡିତ ବଳି ! ସମୀକ୍ଷା ବୈଠକ ନେଇ କେନ୍ଦ୍ରର ପ୍ରସ୍ତାବକୁ ପଶ୍ଚିମବଙ୍ଗ ସରକାରଙ୍କ ନା । ନିର୍ବାଚନ କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା କରିବାକୁ ମନାକଲେ ପଶ୍ଚିମବଙ୍ଗ ସରକାର ।

By

Published : May 6, 2019, 1:15 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ‘ଫନି’କୁ ନେଇ ରାଜନୀତି ! ସମୀକ୍ଷା ବୈଠକକୁ ନେଇ କେନ୍ଦ୍ରର ଡାକରାକୁ ପଶ୍ଚିମବଙ୍ଗ ସରକାରଙ୍କ ନା । ମୋଦିଙ୍କ ସହ ସମୀକ୍ଷା ବୈଠକ କରିବାକୁ ରୋକଠୋକ ମନା କରିଦେଇଛନ୍ତି ମମତା ।

ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବେହାଲ ହୋଇଛି ଓଡିଶା । ଓଡିଶା ବ୍ୟତୀତ ପଡୋଶୀ ପଶ୍ଚିମବଙ୍ଗ ମଧ୍ୟ ହୋଇଥିଲା ‘ଫନି’ର ଶିକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସି ଆକାଶମାର୍ଗରୁ ‘ଫନି’ ପୀଡିତଙ୍କୁ ଅତି ପାଖରୁ ପରଖିଛନ୍ତି । ଏନେଇ ମୋଦିଙ୍କ ସହ ଏକ ସମୀକ୍ଷା ବୈଠକ ମଧ୍ୟ ଓଡିଶାରେ ହୋଇଛି । ଏହି କ୍ରମରେ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଯାଇଥିଲା । ହେଲେ ଏହାକୁ ପ୍ରତ୍ୟାକ୍ଷାନ କରିଛି ପଶ୍ଚିମବଙ୍ଗ ।

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୁହାଯାଇଛି, ଏବେ ନିର୍ବାଚନ କାମରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ଅନ୍ଯ ବରିଷ୍ଠ ଅଧିକାରୀମାନେ ବ୍ୟସ୍ତ ଅଛନ୍ତି । ଆଜି ଦିନ ଶେଷ ସୁଦ୍ଧା ଏମାନେ କୌଣସି ମତେ ସମୀକ୍ଷା ବୈଠକରେ ସାମିଲ ହୋଇପାରିବେ ନାହିଁ । ତେଣୁ ସମୀକ୍ଷା ବୈଠକ ସମ୍ଭବ ନୁହେଁ ।

ତେବେ ଏ ଘଟଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକୃତରେ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀମାନେ ନିର୍ବାଚନ କାମରେ ବ୍ୟସ୍ତଥିବାରୁ ସମୀକ୍ଷା ବୈଠକକୁ ମନା କରାଗଲା ନା ମୋଦି-ମମତା କଳିର ଏହା ଏକ ଅଂଶବିଶେଷ । ସେ ଯାହା ବି ହେଉନା କାହିଁକି, ଏ କଳିରେ ‘ଫନି’ ପୀଡିତ ବଳି ପଡୁନାହାଁନ୍ତି ତ, ତାହା ହିଁ ଏବେ ସବୁଠୁ ବଡ ପ୍ରଶ୍ନ ।

For All Latest Updates

ABOUT THE AUTHOR

...view details