ଓଡିଶା

odisha

By

Published : Feb 10, 2021, 8:04 PM IST

ETV Bharat / bharat

ଚେନ୍ନାଇ ବିମାନବନ୍ଦରରୁ 4 କୁଇଣ୍ଟାଲ ଚନ୍ଦନ କାଠ ଜବତ, ଆନୁମାନିକ ମୂଲ୍ୟ 25 ଲକ୍ଷ

ଚେନ୍ନାଇ ବିମାନ ବନ୍ଦରରୁ ଜବତ ହେଲା ବିପୁଳ ପରିମାଣର ଚନ୍ଦନ କାଠ । ଅଧିକ ପଢନ୍ତୁ...

ଚେନ୍ନାଇ ବିମାନ ବନ୍ଦରରୁ 4 କୁଇଣ୍ଟାଲ ଚନ୍ଦନ କାଠ ଜବତ , ଆନୁମାନିକ ମୂଲ୍ୟ 25 ଲକ୍ଷ
ଚେନ୍ନାଇ ବିମାନ ବନ୍ଦରରୁ 4 କୁଇଣ୍ଟାଲ ଚନ୍ଦନ କାଠ ଜବତ , ଆନୁମାନିକ ମୂଲ୍ୟ 25 ଲକ୍ଷ

ଚେନ୍ନାଇ: ଚେନ୍ନାଇ ବିମାନବନ୍ଦରରୁ ଜବତ ହେଲା ବିପୁଳ ପରିମାଣର ଚନ୍ଦନ କାଠ । ଏତେ ପରିମାଣର ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ କଷ୍ଟମ୍ସ ବିଭାଗର ଅଧିକାରୀମାନେ ଏହାକୁ ଜବତ କରିବାରେ ସଫଳ ହୋଇଛନ୍ତି । ଜବତ ହୋଇଥିବା ଚନ୍ଦନ କାଠର ଓଜନ 450 କିଲୋଗ୍ରାମ ହେବା ସହ ଆନୁମାନିକ ବଜାର ମୂଲ୍ୟ ପ୍ରାୟ 25 ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଜଣାପଡିଛି ।

ମିଳିଥିବା ଖବର ଅନୁସାରେ ବିମାନବନ୍ଦର ରପ୍ତାନି ସେଡ୍ ଏୟାର କାର୍ଗୋରେ ଲାଲ ଚନ୍ଦନ କାଠଥିବା ସନ୍ଦେହରେ ଏକ ବକ୍ସକୁ କଷ୍ଟମ୍ସ ଅଧିକାରୀମାନେ ଅଟକାଇଥିଲେ। ଉକ୍ତ ବକ୍ସ ପାଇଁ ପ୍ରସ୍ତୁତ ହୋଇଥିବା ବିଲରେ 600 କପା ବେଡସିଟ୍ ଥିବାନେଇ ଦର୍ଶାଯାଇଥିବାବେଳେ ଯାଞ୍ଚବେଳେ ସେଥିରୁ 25 କଟ୍ ଲଗ ଚନ୍ଦନ କାଠ ଜବତ କରିଥିଲେ କଷ୍ଟମ ବିଭାଗର ଅଧିକାରୀ । ଯାହାର ଓଜନ 495 କିଲୋଗ୍ରାମ ବୋଲି ଜଣାପଡିଛି । ଏହାର ଆନୁମାନିକ ବଜାର ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି ଚେନ୍ନାଇ ବିମାନ ବନ୍ଦରର କଷ୍ଟମ୍ସ କମିଶନର ସୂଚନା ଦେଇଛନ୍ତି । ତେବେ ଉକ୍ତ ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details