ଓଡିଶା

odisha

ETV Bharat / bharat

5 ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା, ଦିଲ୍ଲୀରେ ରେଡ ଆର୍ଲଟ - summer

ଅସହ୍ୟ ଖରା ଗରମରେ ହନ୍ତସନ୍ତ ଦିଲ୍ଲୀ ବାସୀ । 5 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା । ସହରରେ ରେଡ ଆର୍ଲଟ ଜାରି ।

ପ୍ରତିକାତ୍ମକ ଫଟୋ

By

Published : Jun 10, 2019, 8:26 AM IST

Updated : Jun 10, 2019, 8:36 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର 5 ବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା । 44 ଡିଗ୍ରୀ ତାପମାତ୍ରା ଓ 'ଲୁ'ର ପ୍ରଭାବରେ ବେହାଲ ହୋଇପଡିଥିଲେ ଦିଲ୍ଲୀବାସୀ । ତାପମାତ୍ରାରେ ବୃଦ୍ଧି ଯୋଗୁଁ ରବିବାର ଦିଲ୍ଲୀରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା ।

ପାଣିପାଗ ବିଭାଗର ସୂଚନାନୂଯାୟୀ, ରାଜଧାନୀରେ ପାରଦ 43.8 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଯେଉଁଥିପାଇଁ ସାମାନ୍ୟ ତାପମାତ୍ରା ଠାରୁ 4 ଡିଗ୍ରୀ ଅଧିକ ରହିଥିଲା । 2015 ମସିହା ଜୁନ 9 ତାରିଖରେ ଦିଲ୍ଲୀର ଅଧିକତମ ତାପମାତ୍ରା 43 ଡିଗ୍ରୀ ସେଲସିୟସ ରହିଥିଲା ।

ତେବେ ଆଜି (ସୋମବାର) ତାପମାତ୍ରା 45 ଡିଗ୍ରୀ ପାର ହେବାର ଆଶଙ୍କା ରହିଛି । ଭୀଷଣ ଗରମ ଅନୁଭୁତ ହେବାର ଚେତାବନୀ ଦେବା ସହ ଦିଲ୍ଲୀରେ ରେଡ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ବୁଧବାର ଓ ଗୁରୁବାର ତାପମାତ୍ରାରେ ଅଳ୍ପ ମାତ୍ରାରେ ପରିବର୍ତ୍ତନ ଘଟିବାର ସମ୍ଭାବନା ନେଇ ୟେଲୋ ଆର୍ଲଟ ଜାରି କରାଯାଇଛି । ତେଣୁ ଏହି ଦିନ ଗୁଡିକରେ ସତର୍କତାର ସହ ରହିବା ଓ ଖରା ସମୟରେ ବାହାରକୁ ବାହାରୁଥିଲେ ସାଥିରେ ପାଣି ବୋତଲ ଓ ଛତା ରଖିବା ଉଚିତ ।

ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀର ତାପମାତ୍ରାରେ ଅଧିକତମ ବୃଦ୍ଧି ପାଇଥିବାବେଳେ, 2015 ମସିହାରେ ତାପମାତ୍ରା ରହିଥିଲା 43 ଡିଗ୍ରୀ, ଏହାପରେ 2016ରେ ଥିଲା 41, 2017ରେ କମି 35 ଡିଗ୍ରୀ ରହିଥିବାବେଳେ ପୁଣି 2018 ମସିହାରେ ତାପମାତ୍ରାରେ ବୃଦ୍ଧି ପାଇ 41 ଛୁଇଁଥିଲା । ତେବେ ପୁଣି 5 ବର୍ଷର ରେକର୍ଡ ଭାଙ୍ଗି ଚଳିତବର୍ଷ 43.8 ଡିଗ୍ରୀ ଛୁଇଁଛି ଦିଲ୍ଲୀ ତାପମାତ୍ରା ।

Last Updated : Jun 10, 2019, 8:36 AM IST

For All Latest Updates

ABOUT THE AUTHOR

...view details