ହାଇଦ୍ରାବାଦ: ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ପ୍ରତିଦିନ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରୁ 227 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତର ଏହା ସର୍ବାଧିକ ସଂଖ୍ୟା ହୋଇଥିବା ଜଣା ପଡିଛି । ସେପଟେ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1251ରେ ପହଞ୍ଚିଛି । ଯେଉଁଥିରୁ 1117ଟି ଆକ୍ଟିଭ କେସ ରହିଛି ।
ଗତ 24 ଘଣ୍ଟାରେ ସର୍ବାଧିକ 227 କୋରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 2 - କୋରୋନା ଭାଇରସ ଅପଡେଟ
ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରୁ 227 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତର ଏହା ସର୍ବାଧିକ ସଂଖ୍ୟା ହୋଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...
ଗତ 24 ଘଣ୍ଟାରେ ସର୍ବାଧିକ 227 କୋରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 2
ସେପଟେ ବର୍ତ୍ତମାନ ସୁଦ୍ଧା 102 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 32 ଜଣ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦେଶରେ ଏପରି ବିପତ୍ତି ସ୍ଥିତି ଲାଗି ରହିଥିବା ବେଳେ କୋଟ୍ଟାୟମରେ ଦୁଇ ଜଣ 91 ଓ 88 ବର୍ଷୀୟ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନେ ସରକାରୀ ଡାକ୍ତରଖାନାରେ ଆଇସୋଲେସନରେ ରହିଥିଲେ । ହେଲେ ସୋମବାରେ ଉଭୟେ ସୁସ୍ଥ ହୋଇଥିବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି।
@ANI