ଓଡିଶା

odisha

ETV Bharat / bharat

ଭାଙ୍ଗିବ ନାହିଁ କୁମାରସ୍ବାମୀଙ୍କ ସରକାର! - AICC

ରାଜନୈତିକ ସଙ୍କଟ ଦେଇ ଗତିକରୁଥିବା କର୍ଣ୍ଣାଟକ ରାଜନୀତିରେ ପୂର୍ଣ୍ଣଛେଦ ପଡିପାରେ, ଇସ୍ତଫା ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି ବିଦ୍ରୋହି କଂଗ୍ରେସ ବିଧାୟକ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jul 13, 2019, 1:51 PM IST

ବେଙ୍ଗାଲୁର: ଗତ ଏକ ସପ୍ତାହରୁ ଅଧିକ ଦିନ ହେଲା କର୍ଣ୍ଣାଟକରେ ଲାଗିରହିଥିବା ରାଜନୈତିକ ସଂକଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବାଚସ୍ପତିଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଯାଏଁ କୌଣସି ନିଷ୍ପତ୍ତି ନନେବା ପାଇଁ କହିବା ପରେ ଏବେ ସ୍ଥିତି କଣ ହେବ ତାହା ଆକଳନ କରିବା ମୁସ୍କିଲ । ସରକାର ବଞ୍ଚାଇବା ପାଇଁ ଉଭୟ କଂଗ୍ରେସଓ ଜେଡିଏସ ସବୁ ଶକ୍ତି ଲଗାଇଦେଇଥିବା ବେଳେ ୟେଦୁରୋପାଙ୍କ ଗୋଷ୍ଠୀ ମଧ୍ୟ ସରକାର ଭାଙ୍ଗିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ।

ତେବେ ବଚସ୍ପତିଙ୍କ ବିଳମ୍ବିତ ପଦକ୍ଷେପ ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସରକାର ବଞ୍ଚାଇବାକୁ କୁମାରସ୍ବାମୀଙ୍କୁ ଏକ ପ୍ରକାର ବରଦାନ ସାବ୍ୟସ୍ତ ହୋଇଛି । ଏହାରି ଭିତରେ ଜେଡିଏସ ଓ କଂଗ୍ରେସ ନିଜ ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ ସଫଳ ହୋଇପାରନ୍ତି ।

ଆଜି କଂଗ୍ରେସର ବିଦ୍ରୋହି ବିଧାୟକ ଏମଟିବି ନାଗରାଜ କହିଛନ୍ତି ପରିସ୍ଥିତି ଏମିତି ଥିଲା ଯେ ଇସ୍ତଫା ଦେବା ଛଡା ଆଉ କୌଣସି ବିକଳ୍ପ ନଥିଲା । କିନ୍ତୁ ବରିଷ୍ଠ ନେତା ଡିକେ ଶିବ କୁମାର ଆମକୁ ଇସ୍ତଫା ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଛନ୍ତି । ମୁଁ ଅନ୍ୟ ନେତାଙ୍କ ସହ ପରାମର୍ଶ କରିବି ଓ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି କହିଛନ୍ତି । ଏହାସହ କହିଛନ୍ତି ମୁଁ ଏକ ଦଶନ୍ଧି ଧରି କଂଗ୍ରେସ ପରିବାର ସହ ଜଡିତ ତେଣୁ ସବୁକିଛି ଚିନ୍ତା କରି ନିଷ୍ପତ୍ତି ନେବି ବୋଲି କହିଛନ୍ତି।

ABOUT THE AUTHOR

...view details